Odisha news

ଧର୍ମଶାଳାରେ ୫ କରୋନା ପଜେଟିଭ ଚିହ୍ନଟ

0

ଧର୍ମଶାଳା : ଧର୍ମଶାଳା ବ୍ଲକର ୪ ଗୋଟି ପଂଚାୟତରୁ  ସୋମବାର  ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହନଟ ୫ ଜଣ ବାହାର ରାଜ୍ୟରୁ ଫେରି ନିଜ ଗ୍ରାମର ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ରରୁ ସେମାନଙ୍କ ସ୍ୱାବ ପରୀକ୍ଷା ଲାଗି ଯାଇଥିବା ବେଳେ ପଜେଟିଭ ବାହାରିଥିଲା । ସୂଚନ ମୁତାବକ ଧର୍ମଶାଳା ବ୍ଲକ ଜେନାପୁର ପଂଚାୟତର ଜେନାପୁର ପଂଚାୟତ ଷଣ୍ଠପୁର  ଗ୍ରାମର ଜଣେ ଯୁବକ ହାଇଦ୍ରାବାଦରୁ ଫେରି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ସେହିପରି ଚକ୍ରଧରପୁର ପଂଚାୟତର ଶ୍ୟମସୁନ୍ଦରପୁର ଗ୍ରାମକୁ ହାଇଦ୍ରାବାଦରୁ,ଗଡମଧୁପୁରକୁ ମାହାରାଷ୍ଟ୍ରରୁ , ବଳରାମପୁର ଗଡ ପଂଚାୟତର ତାଳଜଙ୍ଘ ଗ୍ରାମକୁ  ଶିଲିଗୁଡିରୁ ଓ ମହିଶରା ପଂଚାୟତର ପାରିକ୍ଷେତ  ଗ୍ରାମକୁ ମାହାରାଷ୍ଟ୍ରରୁ କ୍ରମାନ୍ୱୟ ଭାବେ ଜଣେ ଲେଖାଏଁ ଯୁବକ ଫେରି ଗ୍ରାମସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିଲେ । ତେବେ ଏହି ୫ ଜଣଙ୍କ କରୋନା ପଜେଟିଭ ବାହାରିଥିବା ଜଣାପଡିବା ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଜେନାପୁର ଆଇଆଇସି ସୁଶାନ୍ତ କୁମାର ଦାସ ସେଠାରେ ପହଁଚି ସେମାନଙ୍କ ଟା୍ରଭେଲ ହିଷ୍ଟ୍ରି ପଚାରି ବୁଝିଥିଲେ । ତେବେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ସମୟରେ ସେମାନଙ୍କ କରୋନା ପଜେଟିଭ ଆସିଥିବାରୁ ସମ୍ପୃକ୍ତ ଅଂଚଳକୁ କନଟେନମେଂଟ କରିବାର ଅବଶ୍ୟକ ନାହିଁ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି ।

 

Leave A Reply