Odisha news

ଧର୍ମଶାଳାରୁ ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ

0

ଧର୍ମଶାଳା :ଆଜି ଧର୍ମଶାଳା ବ୍ଲକରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କେସ ଗୁଡିକ ଲୋକାଲ ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡିଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଧର୍ମଶାଳା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସଜ ବ୍ଲକର ଜଣେ ପିଇଓ ସଂକ୍ରମିତ ହୋଇଛନ୍ତି । ସେହିପରି ଚୋରମୁହାଁ ପଂଚାୟତର ସରପଂଚଙ୍କ ସ୍ୱାମୀ ନମୂନା ପଜିଟିଭ ଆସିଛି । ପୂର୍ବରୁ ବ୍ଲକରୁ ଜଣେ କନିଷ୍ଠ ଯନ୍ତ୍ରୀ ସଂକ୍ରମିତ ହେବା ପରେ ବ୍ଲକ କାର୍ଯ୍ୟାଳୟକୁ ସାଧାରଣଲୋକଙ୍କୁ ଆସିବା ପାଇଁ ବାରଣ କରାଯାଇଛି ।

ଏପଟେ ସରପଂଚଙ୍କ ପ୍ରତିନିଧି ସଂକ୍ରମିତ ହେବା ପରେ ତାଙ୍କ ବଡମଙ୍ଗଳପୁର ଗ୍ରାମ (ଆଂଶିକ)କୁ କଂଟେନମେଂଟ୍ ଜୋନ ଭାବେ ଘୋଷଣା କରାଯାଇଛି । ସରପଂଚଙ୍କ ଘର ସହ ସଂଲଗ୍ନ ଅଂଚଳକୁ ସିଲ କରାଯାଇଛି । ତେବେ ଧର୍ମଶାଳା ବ୍ଲକ ଅଂଚଳରୁ ଲୋକାଲ କେସ ସାମନାକୁ ଆସିବା ପରେ ସାଧାରଣରେ ଭୟ ସଂଚାର ହୋଇଛି । ଏପଟେ ଲୋକମାନେ ଆତଙ୍କିତ ନହୋଇ ସରକାରଙ୍କ ସମସ୍ତ ନିଦେ୍ର୍ଦଶାବଳୀକୁ ମାନିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply