Odisha news

ଅବ୍ୟବସ୍ଥା ଘେରରେ ଧର୍ମଶାଳା ପଶୁି ଚିକିତ୍ସ୍ୟାଳୟ

0

ଧର୍ମଶାଳା : ଦୀର୍ଘଦିନ ହେବ ଅବ୍ୟବସ୍ଥା ଘେରରେ ପଡିରହିଛି ଧର୍ମଶାଳା ପଶୁ ଚିକିସôାଳୟ । ଚିକିସôାଳୟଟି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ସରକାରୀ କାଗଜ କଲମରେ ସୀମିତ ରହିଛି । ଏପଟେ ନିଯୁକ୍ତ ପଶୁ ଡାକ୍ତର ଏଠାକୁ ନିୟମିତ ଭାବରେ ଅସୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁମାନେ ନିଜ ଗୃହପାଳିତ ପଶୁଙ୍କୁ ଏଠାକୁ ନେଇକି ଆସୁଛନ୍ତି ଡାକ୍ତରଙ୍କୁ ନପାଇ ରାତ୍ରି ଜଗୁଆଳି ଦ୍ୱାରା ଚିକିସôା କରାଉଛନ୍ତି । ତାହା ମାଧ୍ୟମରେ ଗୋରୁଗାଈଙ୍କୁ ପ୍ରତିଶେଧକ ଟୀକା ଦିଆଯାଉଛି । ଏହି ଚିକିସôାଳୟଟି ଦୀର୍ଘ ଦିନର ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ପରିତ୍ୟକ୍ତ ଅବସ୍ତାରେ ପଡିରହିଛି । ବର୍ଷାଦିନେ ପାଣି ଗଳୁଛି । କେତେବେଳ ଘରଟି ସଂପୂର୍ଣ୍ଣ ଧଶିପଡିବ ସେ ନେଇ ମଧ୍ୟ କର୍ମଚାରୀମାନେ ଚିନ୍ତାରେ ଅଛନ୍ତି ।

ଧର୍ମଶାଳା ବ୍ଲକର ଏହା ସର୍ବପୁରାତନ ପଶୁ ଚିକିତ୍ସ୍ୟାଳୟ ହୋଇଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ । ଏହା ଉପରେ ୨୦ରୁ ଅଧିକ ପଂଚାୟତର ଗୋପାଳକ ସହ ଅନ୍ୟାନ୍ୟ ପଶୁ ପକ୍ଷୀ ଚିକିତ୍ସ୍ୟା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ପଶୁ ଚିକିସôକ ନରହିବାରୁ ଚିକିସôାରେ ବାଧକ ସୃଷ୍ଟିହେଉଛି । ଏବେ ବର୍ଷା ଦିନରେ ଗୋରୁ ଗାଇଙ୍କ ଠାରେ ଫାଟୁଆ ରୋଗ ଦେଖିବାକୁ ମିଳୁଛି । ଏହି ରୋଗର ନିରାକରଣ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଭ୍ୟକସିନ ଦେବାର ବ୍ୟବସ୍ଥା ରହିଛି । ହେଲେ ଏହି ପଶୂ ଡାକ୍ତରଖାନାରେ ଏହାର ବିଚୁ୍ୟତି ହେଉଥିବା ଅଭିଯୋଗ ହୋଇଛି ।

ଏପରିକି କେବଳ କାଗଜ କଲମରେ ଗୋରୁ ଗାଇଙ୍କୁ ଟିକାଦାନ କରାଯାଇଛି ବୋଲି ଦର୍ଶାଯାଇ ସେ ବାବଦରେ ଆସୁଥିବା ଅର୍ଥକୁ ବିଭାଗୀୟ ଅଧିକାରାୀମାନେ ତୋଷାରପାତ କରିନେଉଥିବା ଧର୍ମଶାଳା ଦୁଗ୍ଧ ଚାହୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଘଟଣାର ତଦନ୍ତ କରିବା ସହିତ ତୁରନ୍ତ ଏଠାରେ ନିୟମିତ ପଶୁ ଚିକିସôକ ରହିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଧର୍ମଶାଳା ଦୁଗ୍ଧ ଚାଷୀ ସଂଘର ସଭାପତି ବେଣୁଧର ବେହେରା, ସଂପାଦକ ପରମାନନ୍ଦ ପଣ୍ଡା, ସୁରେନ୍ଦ୍ର ପଲେଇ, ସତ୍ୟନାରାୟଣ ପଣ୍ଡା, ପ୍ରକାଶ ରାଉତ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି । ଯଦି ଏହି ଦାବିକୁ କାର୍ଯ୍ୟକାରୀ କରାନଯାଏ ତେବେ ସଂପୃକ୍ତ ଚାଷୀମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

IEC 2 years
Leave A Reply