ଧର୍ମଶାଳା : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ପଞ୍ଚୟାତ ବଳଭଦ୍ରପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗୁହାଳରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଖବର ପାଇ ଚଡେଇଧରା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆକୁ ଆୟତ କରିଥିଲେ । ବଳଭଦ୍ରପୁର ଗ୍ରାମର ପ୍ରଫୁଲ୍ଲ ପରିଡାଙ୍କ ଗୁହାଳରେ ଗତ କାଲି ରାତି ପ୍ରାୟ ୨ ଟା ସମୟରେ ଆକସ୍ମିକ ଭାବେ ନିଆ ଲାଗିଯାଇଥିଲା ।
ଗୁହାଳରେ ନିଆ ଲାଗିଥିବା ଦେଖି ପରିବାର ଲୋକେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ଗୁହାଳକୁ ପ୍ରବେଶ କରି ଗୋରୁ ବାହାର କରିବା ସମ୍ଭବପର ହୋଇ ନଥିଲା । ଫଳରେ ଗୁହାଳରେ ଥିବା ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ଗାଇ ଅର୍ଧ ଦଗ୍ଧ ହୋଇଛି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ପ୍ରଫୁଲ୍ଲ ଜଣେ ଚାଷୀ ଶ୍ରେଣୀୟ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।