Odisha news

ଧର୍ମଶାଳା ବିଜେଡି ପକ୍ଷରୁ ଜିଲା ସଭାପତି,ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ମାନଙ୍କୁ ସମ୍ବର୍ଦ୍ଧନା

0

ଧର୍ମଶାଳା: ଧର୍ମଶାଳା ବ୍ଲକ ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଧର୍ମଶାଳା ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର,ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଓ ରସୁଲପୁର ବ୍ଲକ ବିଜେଡି ସଭାପତି ଅରୁଣ ରାଉତଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଡକ୍ଟର ପ୍ରିୟନାଥ ମହାପାତ୍ର ସଭାପତିତ୍ୱ କରିଥିଲେ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ଜିଲ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି,ଜିଲା ମହିଳା ସଭାନେତ୍ରୀ ପୂଜାରିଣୀ ବଳ,ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ,ଯୋଗଦେଇ ନବ ନିର୍ବାଚିତ ହୋଇଥିବା ଜିଲା ସଭାପତି,ଧର୍ମଶାଳା ଓ ରସୁଲପୁର ବ୍ଲକ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପୂର୍ବତନ ବ୍ଲକ ସଭାପତି ନିରଞ୍ଜନ ବଳ ଓ ନିର୍ବାଚନ ମଣ୍ଡଳି ସଭାପତି ଜଳଧର ସାହୁ ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲକ ନିର୍ବାଚନ ଅଧିକାରୀ ନିର୍ମଳ ପ୍ରଧାନ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା କରିବା ପରେ ୪୫ଜଣ ପଞ୍ଚାୟତ ସଭାପତି ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

ଆସନ୍ତା ମାର୍ଚ୍ଚ ୫ ତାରିଖ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ କଟକ ଠାରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିବା ଦୃଷ୍ଟିରୁ ଧର୍ମଶାଳା ବ୍ଲକର ଅଧିକ ବିଜେଡି କର୍ମୀ ଯୋଗଦେବା ପାଇଁ ବିଧାୟକ ଶ୍ରୀ ବଳବନ୍ତରାୟ ସୂଚନା ଦେଇଥିଲେ । ଆସନ୍ତା ମାର୍ଚ୍ଚ ୮ ତାରିଖରେ ଧର୍ମଶାଳା ବିଜେଡି ମହିଳା ସମାବେଶକୁ ସଫଳ କରିବା ପାଇଁ ସାଂସଦ ଶ୍ରୀମତୀ ସେଠୀ ଆହ୍ୱାନ ଦେଇଥିଲେ । ଜିଲା ସଭାପତି ଶ୍ରୀ ମହାପାତ୍ର,ବ୍ଲକ ସଭାପତି ଶ୍ରୀ ମହାନ୍ତି ଓ ଶ୍ରୀ ରାଉତ ସମ୍ବର୍ଦ୍ଧନାର ଉତ୍ତର ଦେଇ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କହିଥିଲେ ।

Leave A Reply