Odisha news

ବଡଧରଣ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ଧର୍ମଶାଳା ପୋଲିସ : ୪ଡକାୟତ ଗିରଫ, ବନ୍ଧୁକ, ଗୁଳି, ନଗଦ ଟଙ୍କା, ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

0

ଧର୍ମଶାଳା,୧ା୧୦: ଧର୍ମଶାଳା ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ଏକ ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି କଲା ଧର୍ମଶାଳା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏକ ଜୁଏଲାରୀ ଦୋକାନରୁ ଲୁଟ କରିବାକୁ ଡକାୟତି ଦଳ ଯୋଜନା ଚଳାଇଥିଲେ ।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏମାନଙ୍କ ଉପରେ ଅଚାନକ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ ୪ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୬ଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ନଗଦ ୮ହଜାର୧୯୦ଟଙ୍କା, ୧୧ହଳ ରୂପା ପାଉଁଜି, ୨୪ଟି ରୂପା ମୁଦି, ୨ଟି ବାଇକ୍, ୮ଟି ମୋବାଇଲ, ୬ଟି ଏଟିମ କାର୍ଡ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି ।

ଗିରଫ ଡକାୟତମାନେ ହେଲେ ଗଂଜାମ ଜିଲ୍ଲା ଆସ୍କା ଅଂଚଳର ଶିବାଜୀ ଦାସ, ଦାସ ଦେବା, ଆହୁଲା ବଳରାମ ଓ ଏମ.ସୁନୀଲ । ପୂର୍ବରୁ ଏମାନଙ୍କ ନାମରେ ଜିଲ୍ଲାର ବୈରୀ, ବାଲିଚନ୍ଦ୍ରପୁର, ସୁକିନ୍ଦା, କୁଆଖିଆ, ଧର୍ମଶାଳା ଆଦି ଥାନାରେ ଚୋରି ଡକାୟତି ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ତେବେ ଆଉ କେଉଁ ସବୁ ଘଟଣାରେ ଏମାନଙ୍କର ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Nalco
Leave A Reply