Odisha news

୧୬ ନମ୍ବର ଜାତିୟ ରାଜପଥ ପଲଟିଛି ମରଣାଯନ୍ତା

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ଯାହା ଫଳରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ମାନ ଘଟି ଧନଜୀବନ ନଷ୍ଟ ହେଉଛି । ଏବେ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ବେଳେ ଜାରକା ଛକରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାମ ଚାଲୁଛି ।

ଫଳରେ ଗାଡି ଗୁଡିକ ବାଇପାସ ରାସ୍ତା ଦେଇ ଚଳାଚଳ କରୁଛି । ରାସ୍ତାର ଡାଇଭରସନ ସ୍ଥାନରେ ହ୍ମ୍ପସ ନଥିବାରୁ ଗାଡି ଗୁଡିକ ଦୃତ ଗତିରେ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି । ତେଣେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଏହାର ସମ୍ପୁର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫ୍ଲାଇ ଓଭର କାମକୁ ୩ ମାସ ମଧ୍ୟରେ ସାରିବାକୁ ସମ୍ପୃକ୍ତ ଠିକାଦାର କହିଥିବା ବେଳେ ତିନିମାସ ପୁରଣ ହୋଇଯାଇଥିଲେ ହେଁ ଏହାର ମାତ୍ର ୨ ଗୋଟି ପିଲର ନିର୍ମାଣ ସମ୍ପୁର୍ଣ୍ଣ ହୋଇ ନାହିଁ ।

ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଜାରକା ବଜାର ଉଭୟ ପାଶ୍ୱର୍କୁ ଯିବା ପାଇଁ ପୁର୍ବରୁ ଛକ ମଝିରେ ରହିଥିବା ଗଳି ପୋଲକୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ବନ୍ଦ କରିଦେଇଥିବାରୁ ଲୋକେ ବଜାରର ଉଭୟ ପାଶ୍ୱର୍କୁ ଯାତାୟତ ଲାଗି ଜାତୀୟ ରାଜପଥକୁ ଅତିକ୍ରମ କରିବାକୁ ପଡୁଛି । ଯାହା ଫଳରେ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ହମ୍ପସ ନିର୍ମାଣ କରିବାକୁ ଦୀର୍ଘ ଦିନ ହେଲା ବଜାର କମିଟି ପକ୍ଷରୁ ଦାବି ହୋଇ ଆସୁଥିଲେ ହେଁ ସମ୍ପୃକ୍ତ ଠିକାଦାର କମ୍ପାନୀ ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ବାଜାରର ଉଭୟ ପଟକୁ ଯାତାୟତ ଲାଗି ଯଦି ତୁରନ୍ତ ବିକଳ୍ପ ବ୍ୟବସ୍ଥା କରା ନଯାଏ ତେବେ ଉଭୟ ବଜାର କମିଟି ଓସ୍ଥାନୀୟ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Leave A Reply