Odisha news

ସାମାନ୍ୟ ବଚସା କୁ ନେଇ ବଡ଼ ଭାଇ ଉପରେ ପେଟ୍ରୋଲ ଢ଼ାଳିଲା ସାନ ଭାଇ, ଉଭୟ ଆହତ

0
ଧରାକୋଟ,17/6/24 : ସାମାନ୍ୟ  କଳହ କୁ ନେଇ ଧରାକୋଟ ଥାନା ଅନ୍ତର୍ଗତ ବରଡ଼ାବିଲି ଗ୍ରାମର ହରିଜନ ସାହିରେ ରବିବାର ରାତି ଆଠ ଘଣ୍ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିପ୍ର ନାୟକ ଙ୍କ ଦୁଇ ପୁଅ ଉତ୍ତମ ନାୟକ ଓ ଟୁନା ନାୟକଙ୍କ ମଧ୍ୟରେ  ଗତକାଲି ରାତିରେ  ମଦ୍ୟପାନ କରି ମାତ୍ର ତିରିଶ ଟଙ୍କା ପାଇଁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ପେଟ୍ରୋଲ ପକାଇ ଉତ୍ତମ ଟୁନା କୁ ଜଳିଦେବା ର ଧମକ ଦେଇଥିଲା । ଘଟଣା ଧୀରେ ଧୀରେ ଉତ୍ତେଜିତ  ଆଡ଼କୁ ଗତି କରୁଥିବା ବେଳେ ହଠାତ ଉତ୍ତମ ଏକ ପେଟ୍ରୋଲ ବୋତଲ ଧରି ଘରେ ପହଞ୍ଚି ଚୁଲି ନିକଟରେ ବସିଥିବା ବଡ଼ ଭାଇ ଟୁନା ଉପରେ ପେଟ୍ରୋଲ ଢାଳିବା ପାଇଁ ଉଦ୍ୟମ  କରିଥିଲା ।ଟୁନା ଏହାକୁ ପ୍ରତିହତ ପାଇଁ ଉଦ୍ୟମ କରିବା ବେଳେ ନିଆଁ ଦ୍ଵାରା ଉଭୟେ ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଘର ଲୋକଙ୍କ ସହାୟତାରେ ପ୍ରଥମେ ଧରାକୋଟ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ଧରାକୋଟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଯୋଗାଯୋଗ ବେଳେ ପ୍ରକାଶ ଦେଇଛନ୍ତି।

Leave A Reply