ଧରାକୋଟ…….20/3/24 : ଧରାକୋଟ ବ୍ଲକ ର ଗୋଟିଏ ପରେ ଗୋଟିଏ ଗାଁ ରେ ଦିର୍ଘ ଏକ ମାସରୁ ଅଧିକ ସମୟ ହେଲାଣି ଉପଦ୍ରବ କରୁଛନ୍ତି ୧୨ ଟିକିଆ ହାତି ପଲ । ଏକର ଏକର ଜମିର ଫସଲ ନଷ୍ଟ କରୁଛନ୍ତି । ପୁଣି ଗାଁ ରେ ପଶି ଲୋକଙ୍କ ଘର ଦ୍ବାରା ଭାଙ୍ଗୁଛନ୍ତି । ଜଙ୍ଗଲ ତଟବର୍ତି ଗାଁର ଲୋକେ । ସନ୍ଧ୍ୟା ନଇଲେ ଲୋକେ ତାଟିକବାଟ ପକାଇ ଭୟରେ ରହୁଛନ୍ତି । ଏପଟେ ବନ ବିଭାଗ ଭିନ୍ନ ଭିନ୍ନ ଟିମ ଗଠନ କରି ସାରା ରାତି ଉଜାଗର ରହି ଗାଁ ଲୋକଙ୍କ ସହ ମିସି ହାତି ପଲକୁ ସୁରକ୍ଷିତ ଘଉଡାଇବା ପାଇ ଉଦ୍ୟମ କରୁନ୍ତି । ଗତ ଏକମାସ ରୁ ଅଧିକ ଦିନ ହେଲେଣି ଆସିକା ରେଞର ସେରଗଡ଼ ପରେ ଏବେ ଧରାକୋଟ କୂଳରେ ଆତଙ୍କ ଖେଳାଇଛନ୍ତି ୧୨ ଟିକିଆ ହାତି ପଲ । ହାତି ପଲରେ ଦୁଇଟି ଦନ୍ତା ତିନୋଟି ଛୁଆ। ହାତି ମଧ୍ୟ ରହିଛନ୍ତି । ଧରାକୋଟର ବ୍ଳକର ସୁନାମୋହି ପରେ ଏବେ ଗତ ୩ ଦିନ ହେଲାଣି ସରଧାପୁର ଓ ହିରାଖଣ୍ଡି ଗ୍ରାମରେ ପସି ଲୋକଙ୍କ ଫସଲ ନଷ୍ଟ କରୁଛନ୍ତି । ହିରାଖଣ୍ଡି ଗ୍ରାମର ଅଧିକାଂଶ ଲୋକ ପନିପରିବା ଚାଷ କରୁଥିବା ଫଳରେ ହାତିପଲକୁ ବିଭିନ୍ନ ବ୍ୟାପକ ପନିପରିବ। ମିଳୁଥିବାରୁ ସେମାନେ ଗାଁ ଛାଡି ଯାଉନାହାନ୍ତି । ଗତକାଲି ରାତିରେ ହିରାଖଣ୍ଡି ଗ୍ରାମର ଅନେକ ଚାଷି ଲଗାଇଥିବା କଣ୍ଟିଆଳି,କଖାରୁ,କୋବି,ଟମାଟ,କଟିକି ପୋଟଲ ଓ ଅନେକଙ୍କ କଦଳି ବାଡ଼ ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଏକର ଏକର ଜମିର ଏହି ଫସଳ ଦଳି ଚକୃତି ପୁରା ପୁରି ମାଟିରେ ମିଶାଇ ଦେଇଛନ୍ତି। ଲୋକେ ଫସଲ ହାତି କବଳରୁ ରକ୍ଷା କରିବା ପାଇଁ ରାତିରେ ଜମି ନିକଟରେ ନିଆଁ ହୁଲ ଧରି ବନ ବିଭାଗ ସହ ମିସି ଜଗୁଛନ୍ତି । ତଥାପି ହାତି ମାନେ ରାତିରେ ଆସି ବହୁ ପରିମାଣର ଫସଲ ନଷ୍ଟ କରୁଛି । ବନ ବିଭାଗ ପକ୍ଷରୁ ମଧ୍ୟ ହାତିକୁ ସୁରକ୍ଷିତ ଘଉଡାଇବା ପାଇ ବ୍ୟବସ୍ଥା କରାଯାଇଛି । ଦିନ ଓ ରାତି ସାର। ବନ ବିଭାଗର ଗୋଟିଏ ଟିମ ହାତି ମାନଙ୍କ ଗତି ବିଧି ଉପରେ ନଜର ରଖୁଛନ୍ତି । । ସନ୍ଧ୍ୟା ହେଲେ ବନ ବିଭାଗ ହାତି ଥିବା ଜଙ୍ଗଲ ନିକଟ ଗାଁର ଲୋକଙ୍କୁ ସତକ କରିବା ସହ ହାତି ଚଳ ପ୍ରଚଳ ହେବାକୁ ଥିବା ରାସ୍ତାକୁ ଜଗିରହୁଛନ୍ତି । ଗାଁର ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଉଛି । ବନ ବିଭାଗ ପକ୍ଷରୁ ଲୋକଙ୍କ ମୋବାଇଲ କୁ ମେସେଜ ପଠାଇ ହାତିର ଗତିବିଧି ଉପରେ ଖବର ଦିଅ। ଯାଉଛି । ଏସବୁ ସତେ ଗତ ଏକ ମାସ ହେଲାଣି ଏହି ୧୨ ଟିକିଆ ହାତି ପଲ ବନ ବିଭାଗର ନିଦ ହଜାଇ ସାରିଲାଣି।
