Odisha news

କଂଗ୍ରେସ ଦଳ ତରଫରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ

0
ଧରାକୋଟ,18(8/23 : ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ ପ୍ରକାରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ୱରେ ଧରାକୋଟ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଉସୀ ମା ମନ୍ଦିର ନିକଟରୁ ପ୍ରାୟ ଏକ ହଜାର ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ସୁନିଲ କୁମାର ଚୌଧୁରୀ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତି ସମ୍ପର୍କରେ ନେତାମାନେ ଅଭିଯୋଗ କରିଥିଲେ । ଏହା ପରେ ବିଧାୟକ ରମେଶ ଚନ୍ଦ୍ର ଜେନା,ବିଧାୟକ ପ୍ରତିନିଧି ଶତ୍ରୁଘ୍ନ ଗୌଡ଼, ସୁନିଲ କୁମାର ଚୌଧୁରୀ, ରୁଗୁମୁ ସରପଞ୍ଚ ପ୍ରତିନିଧି ସୁଧାକର ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରସନ୍ନ ପ୍ରଧାନ,ଶିବରାମ ବାଡତ୍ୟା,ପାଣ୍ଡବ ଭୂୟାଁ, ଅନ୍ତର୍ଯ୍ୟାମୀ ପ୍ରଧାନ,ବିଭୂତି ଭୂଷଣ ସ୍ୱାଇଁ,ପ୍ରଫୁଲ୍ଲ ଦାସ ଓ ସନ୍ତୋଷ ଭୂୟାଁ ପ୍ରମୁଖ ବି ଡି ଓ ଡେନିସ ବେହେରାଙ୍କୁ ନଅ ଦଫା ଦାବି ସମ୍ବଳିତ ଏକ ପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପ୍ରମୁଖ ଦାବୀ ମଧ୍ୟରେ ନବୀନ ଓଡ଼ିଶା ଯୋଜନାରେ ସରପଞ୍ଚ ମାନଙ୍କୁ ଗୁରୁତ୍ଵ ଦେବା,ଆବାସ ଯୋଜନାରେ ସ୍ୱଚ୍ଛତା,ସଠିକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ଏମ ଜି ଏନ ଆର ଇ ଜି ଏ ଯୋଜନାରେ ଦୁର୍ନୀତି ରୋକିବା ସହ ବ୍ଲକ ସ୍ତରରେ ପି ସି କାରବାର ରୋକିବା ପାଇଁ ପ୍ରତିନିଧି ମାନେ ବି ଡି ଓ ଙ୍କ ନିକଟରେ ଦାବୀ କରିଥିଲେ । ଥାନା ଅଧିକାରୀ ମମତା ସାମନ୍ତରାୟ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।
IEC 2 years
Leave A Reply