Odisha news

ଧରାକୋଟ ଦାଦନ ଖଟିବାକୁ ଯାଇଥିବା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

0

ଧରାକୋଟ –୨୦.୭.୨୩ ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତ ସ୍ଥିତ ଖଇରପୁଟି ଗ୍ରାମର ଜଣେ ମହିଳା ଦାଦନ ଖଟିବାକୁ ଯାଇଥିବା ବେଳେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ରେ ସନ୍ଦେହ ଜନକ ଭାବରେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ମହିଳା ଜଣକ ହେଲେ ଖଇର ପୁଟି ଗ୍ରାମର ମଙ୍ଗଳୁ ନାହାକ ଙ୍କ ଦିତୀୟ ପତ୍ନୀ ମଞ୍ଜୁଳା ନାହାକ ବୟସ ୩୮, ଗୁରୁବାର ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଶବଟି ଧରାକୋଟ ଥାନାରେ ପହଞ୍ଚିବା ପରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇ ଧରାକୋଟ ଥାନ ଅଧିକାରୀ ଶବର ପାରିପାର୍ଶ୍ବିକ ସ୍ଥିତି କୁ ଦେଖି ତଦନ୍ତ ଜାରି ରଖିଛନ୍ତି।ମୃତକ ମଞ୍ଜୁଳାଙ୍କ ଝିଅ ପୂଜା ନାହାକ ବୟସ ୧୭ ଙ୍କ ଠାରୁ ମିଳିଥିବା ବିବରଣୀ ଅନୁଯାୟୀ ମଞ୍ଜୁଳା ନିଜର ଦୁଇ ଝିଅ ଓ ସାନ ପୁଅ କୁ ଧରି ଗତ ଦଶହରା ସମୟରେ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ସ୍ବାମୀ ମଙ୍ଗୁଳୁ ନାହାକ ଦାଦନ ଖଟିବାକୁ ପାଇଁ ବିଜୟୱାଡ଼ା ଯାଇଥିଲେ। ହାଇଦ୍ରାବାଦ ଠାରେ ମଞ୍ଜୁଳା ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ।ଏହା ସହ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ଗୋଟିଏ ଘରେ ରହୁଥିଲେ ସମୟ କ୍ରମେ ପୁରୁଷ ବଂଧୁ ଜଣଙ୍କ ମଞ୍ଜୁଳା ସହ ତିନି ପିଲାଙ୍କୁ ଅତ୍ୟଧିକ ନିର୍ଯ୍ୟାତନା ଦେବା ଯୋଗୁଁ ବଡ଼ଝିଅ ପୂଜା ନିଜର ଦୁଇ ଭ ଉଣୀଙ୍କୁ ଧରି କମ୍ପାନୀ ପରିସର ସ୍ଥିତ ଅଫିସ କାର୍ଯ୍ୟାଳୟ ପାଖରେ ଅନ୍ୟ ଗୋଟି ଘରେ ଅଲଗା ହୋଇ ରହୁଥିଲେ।ଗତ ମଙ୍ଗଳବାର ଦିନ ମଞ୍ଜୁଳା ଙ୍କ ସହ ପୁରୁଷ ବଂଧୁ ଜଣଙ୍କ ର କୌଣସି କା ରଣଙ୍କୁ ନେଇ ଭୀଷଣ ବଚସା ହୋଇଥିଲା।ଏପରିକି ପୁରୁଷ ବଂଧୁ ଜଣଙ୍କ ଦିନ ବେଳା ଓ ରାତ୍ର ସମୟରେ ମଞ୍ଜୁଳା ଙ୍କୁ ମାଡ ମାରିଥିବା ନେଇ ପଡୋଶୀଙ୍କ ଠାରୁ ଖବର ପାଇଥିବା ଝିଅ ପୂଜା କହିଛନ୍ତି। ବୁଧବାର ଦିନ ସକାଳୁ ମଞ୍ଜୁଳା  କାମକୁ ଯାଇନଥିବା ଯୋଗୁଁ ଝିଅ ଘରକୁ ଆସି କବାଟ ବାଡ଼େଇବା ବେଳେ କବାଟ ଭିତର ପଟୁ ବନ୍ଦ ରହିଥିଲା ।ଝରକା ପଟେ ଦେଖିବା ବେଳେ ଝରକା ଖୋଲା ରହିବା ସହ ମାଆର ଉଲଗ୍ନ ଶରୀର ଛାତରେ ଝୁଲୁଥିବା ଦେଖି କମ୍ପାନୀ ମାଲିକଙ୍କୁ ଜଣାଇ ଥିଲା।ଏହା ପରେ କମ୍ପାନୀ ମାଲିକଙ୍କ ସହାୟତା ରେ ହାଇଦ୍ରାବାଦ ରୁ ଶବକୁ ପୈତୃକ ଗ୍ରାମ କୁ ଅଣାଯାଇଛି।ରାତ୍ରରେ ପୁରୁଷ ବନ୍ଧୁଙ୍କ ସହିତ ମଞ୍ଜୁଳା ମିଶି ରହିଥିବା ବେଳେ ଘଟଣା ସ୍ଥଳରୁ ପୁରୁଷ ବଂଧୁ ଜଣଙ୍କ ଖସିପଳାଇଥିବା ଝିଅ ପୂଜା ପ୍ରକାଶ କରିଛି।ଜାହାକି ଏହି ଘଟଣା ଟିକୁ ସନ୍ଦେହର ପରିସର ଭିତରକୁ ଟାଣିନେଇଛି।ଝିଅ ପୂଜା ନାହାକ ଙ୍କ ଅଭିଯୋଗ ପ୍ରକାରେ ଧରାକୋଟ ଥାନାରେ ୪/୨୩ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କଥା ଥାନା ଅଧିକାରୀ ମମତା ସାମନ୍ତରାୟ ସୂଚନା ଦେଇଛନ୍ତି।

IEC 2 years
Leave A Reply