Odisha news

ପିଇବା ପାଣି ସମସ୍ୟା କୁ ନେଇ ରାଜପଥ ଅବରୋଧ

0
ଧରାକୋଟ,21/4/23 : ଦିନେ ନୁହେଁ,ଦୁଇଦିନ ନୁହେଁ ଦୀର୍ଘ ପନ୍ଦର ଦିନ ଧରି ଧରାକୋଟ ବ୍ଲକର ମୁଣ୍ଡମରାଇ ଗ୍ରାମର ଅଧିକାଂଶ ସାହିକୁ ପିଇବା ପାଣି ଆସିନାହିଁ । ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ପିଇବାକୁ ପାଣି ନପାଇ ଲୋକେ ଡହକ ବିକଳ ହେଉଛନ୍ତି । କେହି ଗୁହାରୀ ଶୁଣୁନାହାନ୍ତି । ଏଣୁ ମୁଣ୍ଡମରାଇ ଗାଁ ଲୋକେ  ଆଜି ରାଜରାସ୍ତାକୁ ଓହ୍ଲାଇ ଗୋପାଳପୁର , ଖରିଆର ରୋଡ ଜାତୀୟ ରାଜପଥ 59 କୁ ସକାଳୁ ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଧରାକୋଟ ବି ଡି ଓ ଡେନିସ ବେହେରା, ଥାନା ଅଧିକାରୀ ମମତା ସାମନ୍ତରାୟ,ଏସ ଆଇ ବାଲ୍ମିକୀ ପ୍ରଧାନ, ଏ ଏସ ଆଇ ରାଜେନ୍ଦ୍ର ରାଉତ , ଗ୍ରାମ୍ୟଜଳଯୋଗାଣ ବିଭାଗ ଏସ ଡି ଓ ସୁଜିତ କୁମାର ଲୁଗୁନ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଖବର ନେବାରେ ଜଣାଯାଇଛି ମୁଣ୍ଡମରାଇ ଗ୍ରାମର  ପିଇବା ପାଣି ପାଇପ ଲାଇନ କିଛି ଦିନ ତଳେ ଫାଟି ଯିବା ପରେ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା । ବିଭାଗ ତରଫରୁ ଏହାର ମରାମତି କରି ବା ପରେ ମଧ୍ୟ ବୋର ର ଜଳସ୍ତର କମିବା ଯୋଗୁଁ ଜଳଯୋଗାଣରେ ବାଧା ସୃଷ୍ଟି ହେଲା ।ଏଣୁ ଆଜି ଲୋକେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଥିଲେ । ପରିଶେଷରେ ଉପର ସାହି ପାଇଁ ନୂଆ ବୋର ଦୁଇ ଦିନ ମଧ୍ୟରେ ଖୋଲାଯିବ ,ଦୁଇଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଦ୍ଵାରା ପାଣି ଯୋଗାଇ ଦିଆଯିବ । ଅନ୍ୟ ଦୁଇଟି ବୋର ରୁ ଜଳଯୋଗାଣ କୁ ସ୍ଵାଭାବିକ କରାଯିବ । ପ୍ରଶାସନ ତରଫରୁ ଏହି ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ ତିନିଘଣ୍ଟ ଧରି ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ସଂପ୍ରତି ବ୍ଲକର ଅଧିକାଂଶ ଗ୍ରାମରେ ପିଇବା ପାଣି ସମସ୍ୟା ଦେଖା ଦେଲାଣି । ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଜଳସ୍ତର କମିବା ଯୋଗୁଁ ଏହି ସମସ୍ୟା ଦେଖା ଦେଲାଣି।

Leave A Reply