Odisha news

ଚିକେନ୍ କିଣୁଥିବା ବେଳେ ମାଡିଗଲା ପିକପ ଭ୍ୟାନ ଦୁଇ ମୃତ ଜଣେ ଗୁରୁତର

0

ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ତୋଟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚିକେନ୍ କିଣୁଥିବା ବେଳେ ମାଡିଗଲା ପିକପ ଭ୍ୟାନ। ଫଳରେ ଘଟଣା ସ୍ଥଳରେ ହିଁ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ଅଧିକ ସଙ୍କଟାପନ୍ନ ରହିଛି।  ମୃତକ ଜଣକ ଆସିକା ଥାନା ମାଗୁରା ଗ୍ରାମର ପଞ୍ଚୁ ବେହେରା ହୋଇଥିବା ବେଳେ ଆହତ ଦୁଇଜଣ ହେଲେ ଜାନିବିଲି ର ବିଦୁ ଗୌଡ଼  ଓ ଦାମଦରପଲ୍ଲୀ ର ସୁଜତା ସେଠୀ । ସୂଚନା ମୁତାବକ ନନ୍ଦିଗୋର ତୋଟା ନିକଟରେ ଜାତୀୟ 59 ନମ୍ବର ରାଜପଥ କଡ଼ରେ ଏକ ଚିକେନ୍ ଦୋକାନରୁ ପଞ୍ଚୁ ବେହେରା ଓ ବିଦୁ ଗୌଡ଼ ଚିକେନ୍ କିଣୁଥିବା ବେଳେ ଆସିକା ପଟୁ ଆସୁଥିବା ଏକ ଟେଣ୍ଟ ବୋଝେଇ ଟାଟା ଏସି ଗାଡିଟି ଚିକେନ୍ ସେଣ୍ଟର କୁ ମାଡି ଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ପଞ୍ଚୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକେନ୍ ଦୋକାନୀ ମନୋଜ ସେଠୀ ଙ୍କ ଶାଳୀ ସୁଜତା ସେଠୀ ଓ ଗ୍ରାହକ ବିଦୁ ଗୌଡ଼ ଙ୍କ ଗୁରୁତର ଅବସ୍ଥାରେ ଧରାକୋଟ ମେଡିକାଲ କୁ ପଠା ଯାଇଥିଲା। ହେଲେ ସୁଜତା ସେଠୀ ର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଡାକ୍ତର ବ୍ରହ୍ମପୁର ପଠାଇ ବା ନିମନ୍ତେ 108 କୁ ଯୋଗାଯୋଗ କରିବାରୁ  ଆମ୍ବୁଲାନ୍ସ ଖାଲି ନଥିବା କହିଥିଲେ ସୂଚନା ମୁତାବକ ଆମ୍ବୁଲାନ୍ସ ର ଅବହେଳା ଯୋଗୁଁ ସୁଜାତା କୁ ଅନ୍ୟ ଏକ ଗାଡି ଯୋଗେ  ଡାକ୍ତର ଓ iic ଙ୍କ ସହଯୋଗ ରେ ହସ୍ପିଟାଲ ର ଅକ୍ସିଜେନ ର ସାହାଯ୍ୟ ରେ ବ୍ରହ୍ମପୁର ପଠା ଯାଇଥିଲା କିନ୍ତୁ ଅକ୍ସିଜେନ  ନଚାଲିବାରୁ ନିକଟ ରେ ଥିବା ଆସିକା ମେଡିକାଲକୁ ନିଆ ଯାଇଥିଲା ସେଠାରେ ଡାକ୍ତର ସୁଜତl କୁ ମୃତ ଘୋଷଣା କରିଥିଲେ l ଏପଟେ ପିକପ ଭ୍ୟାନର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଜାରିରଖି  ସହ  ଶବ  ବ୍ୟବଛେଦ ନିମନ୍ତେ ଆସିକା ପଠାଇଥିବ ଜଣା ପଡିଛି l

Nalco
Leave A Reply