Odisha news

ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ଚାଲିଛି ପାଠପଢ଼ା

0
ଧରାକୋଟ–୧୦.୨.୨୩  : ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ଘୋଷଣା କରିଛନ୍ତି ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ଏଥିପାଇଁ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଉଛି କୋଟି କୋଟି ଟଙ୍କା ହେଲେ ଦୀର୍ଘ ୧୧୭ ବର୍ଷ ତଳର ପଞ୍ଚାୟତ ସଦରମହକୁମା ର ସ୍ଥିତା ବସ୍ତାରେ ଏପର୍ଯ୍ୟନ୍ତ କୋୖଣସି ପରିବର୍ତ୍ତନ ଘଟିନାହିଁ।ଆମେ କହୁଛୁ ଧରାକୋଟ ବ୍ଲକ ସଦରମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂର ଥିବା ବାହାଁରପୁର ପ୍ରାଥମିକ ବିଦ୍ୟାଳୟ ର କଥା ୧୯୦୬ମସିହାରେ ପ୍ରତିଷ୍ଠିତ ବାହାଁରପୁର ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ୁଛନ୍ତି ୧୬୧ଜଣ ଛାତ୍ର ଛାତ୍ରୀ ହେଲେ ଦୁଃଖ ଓ ପରିତାପର ବିଷୟ ଶ୍ରେଣୀ ଗୃହ ଅଭାବବରୁ ଦୁତୀୟ ଓ ତୃତୀୟ ଶ୍ରେଣୀ ର ୭୨ ଜଣ ଛାତ୍ର ଛାତ୍ରୀ ବାରଣ୍ଡା ରେ ବସି ପାଠ ପଢୁଛନ୍ତି।ନା ସେମାନଙ୍କ ପାଇଁ ଅଛି କଳାପଟା ନା ନିରାପତ୍ତା ଖରା, ବର୍ଷା, ଶୀତ,କାକର କୁ ସତେ ଯେପରି ଆଦରି ନେଇ ପିଲାଏ ପଢୁଛନ୍ତି ପାଠ କୁଆ କୋଇଲି ସେମାନଙ୍କ ର ସହପାଠୀ ମଧ୍ୟାହ୍ନ ଭୋଜନ ଖାଇ ଖାଇବାରେ ସ୍ଥାନା ଭାବ ଯୋଗୁଁ ସମସ୍ୟା ଦେଖାଦେଉଛି। ଘଟଣା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା ସଭାପତି ଦାଶରଥି ସାହୁ,crcc ଜ୍ଞାନ ରଂଜନ ନାୟକ, ପ୍ରଧାନ ଶିକ୍ଷକ ସୁରସେନ ସାହୁ ward ସଭ୍ୟ ବିଜୟ ଲକ୍ଷ୍ମୀ ପାତ୍ର ଓ ସ୍ଥାନୀୟ waed ସଭ୍ୟ ଗୋପାଳକୃଷ୍ଣ ପାଢ଼ୀ ପ୍ରମୁଖ ଙ୍କ ସହ ଯୋଗାଯୋଗ ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଦେଇଛୁ। କିନ୍ତୁ ସମାସ୍ୟା ର ସମାଧାନ ଏଯାଏଁ ହେଇନି। ଏଠାରେ ପ୍ରଶ୍ନ ଉଠୁଛି ପିଲାଙ୍କ ସୁନେଲି ଭବିଷ୍ୟତର ଗଢିବାରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲେ ଶ୍ରେଣୀ ଗୃହ ଅଭାବବରୁ ଦୟନୀୟ ଓ ଶୋଚନୀୟ ସ୍ଥିତିରେ କୋମଳ ମତି ପିଲାଏଁ ପାଠ ପଢୁଛନ୍ତି। ଏଠାରେ ବୁଝିବାପାଇଁ କେହି ନାହିଁ।କେବେ ସୁଧୁରିବ ସମସ୍ୟା ବାକି ରହିଲା ?
Nalco
Leave A Reply