ଧରାକୋଟ–୧୦.୨.୨୩ ଆଜି ଜାତୀୟ କୃମି ନାସକ ଦିବସ ଏହି ଦିବସକୁ ସଫଳ କରାଇବା ପାଇଁ ଏବଂ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ସୁସ୍ଥ ତା ପାଇଁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବ୍ଲକର ସମସ୍ତ ବିଦ୍ୟାଳୟ ରେ କୃମି ନାସକ ଔଷଧ ବିତରଣ କରାଯାଇଥିଲା।ଆଜି ଏହି ଔଷଧ ଜଗମୋହନ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଦିଆଯାଇଥିଲା।
ହଠାତ୍ ଏହି ଔଷଧ ଖାଇବା ପରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ଥିବା ବେଳେ ଅନ୍ୟ କିଛି ଛାତ୍ରଛାତ୍ରୀ ମଧ୍ୟଙ୍କର ଅନବରତ ବାନ୍ତି ଓ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତୁରନ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗୋଚର ରେ ସାଇ ଶ୍ରୀ ଷଡ଼ଙ୍ଗୀ,ଗୁଡୁଲି ବାଡତ୍ୟା, ନନ୍ଦିନୀ ବାଡତ୍ୟା,ସାରଦା ସାହୁ, ଲକ୍ଷ୍ମୀ ସେଠୀ, ଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର mvk ଅଶୋକ ଙ୍କ ସହ ଯୋଗାଯୋଗ ବେଳେ ସେମାନେ ଆଗରୁ କୃମି ଔଷଧ ଖାଇ ନାହାଁନ୍ତି ଏଣୁ ଖାଇବା ପରେ ପାର୍ଶପତିକ୍ରୀୟା ଦେଖା ଦେଲା କିଛି ଭୟ କରିବାରେ ନାହିଁ।ଆମେ ସଜାଗ ଅଛୁ। ସମସ୍ତ ଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।ଏହା ପରେ ପ୍ରଶ୍ନ ଉଠୁଛି ଯେ ସରକାର ବିଦ୍ୟାଳୟରେ ପାଠପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ saikhyika ମାନସିକ ଓ ବୈଧିକ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
