ଧରାକୋଟ ସ୍ଥିତ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକଙ୍କ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା ଏହାକୁ ଉଦଘାଟନ କରିଥିବା ବେଳେ ଉମା ଚରଣ ପାଣିଗ୍ରାହୀ ଓ ବୁଚି ରାଓ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାକାନ୍ତ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 50 ଜଣ ଅଭିଭାବକ ଏଥିରେ ତାଲିମ ଓ ପରାମର୍ଶ ଗ୍ରହଣ କରିଥିଲେ। ଦିବ୍ୟାଙ୍ଗ ଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ସମାନ ଅଧିକାର ପ୍ରଦାନ, ଶୈଖିକ୍ ସ୍ତରରେ ବିକାଶ ,ଦୃଢ଼ ଆତ୍ମବିଶ୍ବାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଲୋଚନା ହୋଇଥିଲା । ଶିବିରରେ ସାଧନ କର୍ମୀ ଭାବେ ସୋରଡ଼ା ସମ୍ବଳ ଶିକ୍ଷକ ଜଗନ୍ନାଥ ବେହେରା, ସାବା ବିଦ୍ୟାଳୟର ଶିକ୍ଷକ ପ୍ରଭାଶିସ ପରମାଣିକ,ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସସ୍ମିତା ବେହେରା ଯୋଗଦେଇ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ରହିଥିବା ଆଇନ ସହ ଶିକ୍ଷକ ଓ ଅଭିଭାବକ ଙ୍କ କର୍ତ୍ତବ୍ୟ ବିଷୟରେ ଅବଗତ କରାଇ ଥିଲେ । ଅନ୍ତର୍ଣିବେଶୀ ଶିକ୍ଷ୍ୟା ସ୍ୱେଚ୍ଛାସେବୀ ସଞ୍ଜୟ ସେଠୀ ଓ ଶିବ ଶଙ୍କର ସାହୁ ଏଥିରେ ସହଯୋଗ ପ୍ରଦାନ କରିଥିଲେ।
