Odisha news

ଆଜି ହେଉଛି ଧନୁ ସଂକ୍ରାନ୍ତୀ : ଏହି ମନ୍ତ୍ରକୁ ପାଠ କରି ଓ ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ଜୀବନ ରେ ସୁଖସମୃଦ୍ଧିର ଆଗମନ ହୋଇଥାଏ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୧୨ଟି ମାସରେ ୧୨ଟି ସଂକ୍ରାନ୍ତୀ ପଡିଥାଏ l ପ୍ରତ୍ୟେକ ମାସର ସଂକ୍ରାନ୍ତୀ ଗୋଟିଏ ବିଶେଷ ରାଶି ନାମରେ ନାମିତ ହୋଇଥାଏ l ପ୍ରତ୍ୟେକ ସଂକ୍ରାନ୍ତୀ ଦିନ ସୂର୍ଯ୍ୟ ରାଶି ପରିବର୍ତନ କରିଥାଆନ୍ତି  l ସେହିଭଳି ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୂର୍ଯ୍ୟଦେବ ଧନୁ ରାଶି ରେ ପ୍ରବେଶ କରନ୍ତି l ଯାହା କୁ ଧନୁ ରାଶି ନାମରେ ନାମିତ ହୋଇଥାଏ l ତେଣୁ ଆଜିର ଦିନଟି ଧନୁ ସଂକ୍ରାନ୍ତୀ ଅଟେ l ପୁରା ବର୍ଷରେ ମକର, କର୍କଟ, ଧନୁ ଓ ମୀନ ସଂକ୍ରାନ୍ତି ଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ଥାଏ l

ସେହିଭଳି ପୌଷ ମାସରେ ସୂର୍ଯ୍ୟଦେବ ଧନୁ ରାଶିକୁ ଗତି କରିବେ, ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନୁ ସଂକ୍ରାନ୍ତି ଦିନ ରାଶି ଅନୁସାରେ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ଆସିଥାଏ ବିଭିନ୍ନ ସୁଖସମୃଦ୍ଧି l ଆଜିର ଦିନରେ ଦାନ ପୁଣ୍ୟର ଖୁବ ମହତ୍ୱ ରହିଛି l ଆଜିର ଦିନରେ ଧର୍ମ ସ୍ଥାନରେ ପ୍ରବଳ ଭିଡ଼ ଲାଗିଥାଏ l ଏହାଛଡା ଆଜିର ଦିନରେ ଧନୁ ମୁଆଁ ସୂର୍ଯ୍ୟଦେବ ଙ୍କୁ ପ୍ରସାଦ ଭାବରେ ଅର୍ପଣ କରାଯାଏ l

ଧନୁ ସଂକ୍ରାନ୍ତୀର ମହତ୍ୱ -:
ସୂର୍ଯ୍ୟଦେବ ଗୋଟିଏ ରାଶିରୁ ଅନ୍ୟ ଗୋଟିଏ ରାଶିକୁ ଗୋଚର କରିବାକୁ ସଂକ୍ରାନ୍ତି କୁହାଯାଇ ଥାଏ, ଏହା ହୁଏତ ଆମେ ସମସ୍ତେ ଜାଣିଛୁ l ଏହିଦିନ ଠାରୁ ମଳମାସ ଆରମ୍ଭ ହୋଇଥାଏ , ତେଣୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଏହି ମାସରେ ବରଂ ହୋଇଥାଏ l

କେଉଁ ଦେବତାଙ୍କୁ କରାଯାଏ ପୂଜା-:
ଧାର୍ମିକ ଶାସ୍ତ୍ର ଅନୁସାରେ, ଧନୁ ସଂକ୍ରାନ୍ତି ରେ ଭଗବାନ ସୂର୍ଯ୍ୟଦେବ ଙ୍କୁ ବିଶେଷ ଆରାଧନା କରାଯାଏ l  ଏହିଦିନ ବିଧିବଧ ଭାବରେ ସୂର୍ଯ୍ୟଦେବ ଙ୍କ ସହିତ ମହାଦେବଙ୍କୁ ମଧ୍ୟ ପୂଜା କରାଯାଏ l  ଯାହାଦ୍ୱାରା ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ l  ଆଜିର ଦିନରେ ମହାଦେବ ଓ ସୂର୍ଯ୍ୟଦେବଙ୍କ ସହିତ ଭଗବାନ ବିଷ୍ଣୁ, ଜଗନ୍ନାଥ ଓ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚନା କରାଯାଏ l

ଆଜିର ଦିନରେ ଜପ କରନ୍ତୁ ଏହି ମନ୍ତ୍ର -:
ମଳ ମାସ ସାରା ସୂର୍ଯ୍ୟ ବୀଜ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ପାଠ କରିବାର ମହତ୍ୱ ରହିଛି, କିନ୍ତୁ ବିଶେଷ ଭାବରେ ଧନୁ ସଂକ୍ରାନ୍ତୀରେ ଏହି ଦୁଇଟି ମନ୍ତ୍ରକୁ ପାଠ କରିବା ଦ୍ୱାରା ପୁଣ୍ୟ କାରୀ ଓ ଫଳଦାୟୀ ହୋଇଥାଏ l  ଆଜିର ଦିନରେ ପବିତ୍ର ନଦୀରେ ପୂଜା କରିବା ଖୁବ ଫଳଦାୟୀ ଅଟେ l କିନ୍ତୁ ଶାସ୍ତ୍ରଗତ ଦୃଷ୍ଟିରୁ ଯଦି ଏହି ୨ଟି ମନ୍ତ୍ରକୁ ଆମେ ଜପ କରିବା ତେବେ ରୋଗ, ଶୋକ, କଷ୍ଟ ଓ ଭୟ ଦୂରେଇ ଯାଇଥାଏ l

ମିଳିଥାଏ ଆରୋଗ୍ୟର ବରଦାନ -:
ଏହି ସମୟ ଗୋଟିଏ ଶୁଭ ସମୟ ହୋଇ ନଥିଲେ ମଧ୍ୟ ଏହି ଦିନରେ ସୂର୍ଯ୍ୟ ଓ ମହାଦେବ ଙ୍କୁ ପୂଜା କରିବା ସହିତ ଦାନ ପୁଣ୍ୟର ଅନେକ ମହତ୍ୱ ରହିଥାଏ l

– ଆଜିର ଦିନରେ ଯଦି ଆମେ ସୂର୍ଯ୍ୟଙ୍କ ନାମରେ ଅନ୍ନ ଦାନ କରିବା ତେବେ ସନ୍ତାନ ମାନଙ୍କର ସମସ୍ତ ସଙ୍କଟ ଦୂର ହେବ l

– ପୁରାଣ ଅନୁସାରେ ଆଜିର ଦିନରେ ଶିବ ଚାଳିଶା ପାଠ କରିବା ଉଚିତ, ଯାହାଦ୍ୱାରା ମଳ ମାସ ଶୁଭପ୍ରଦ ହୋଇଥାଏ l

– ଧନୁ ସଂକ୍ରାନ୍ତୀ ଦିନ ସଙ୍କଟ ମୋଚନ ହନୁମାନଙ୍କ ନିକଟରେ ରାଶି ତେଲରେ ଦୀପଦାନ କଲେ ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ l

Nalco
Leave A Reply