ଢେଙ୍କାନାଳ : ସମନ୍ୱତ ଶିଶୁ ବିକାଶ ଯୋଜନାଅର୍ନ୍ତଭୁକ୍ତ ମମତା ଯୋଜନାରେ ଦୀର୍ଘ ଅଢେଇବର୍ଷ ପରେ ଜଣେ ହିତାଧିକାରୀ କହ ପାଇଁ ଲଢେଇ କରି ପ୍ରାପ୍ୟ ପାଇବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଖବର ନେବାରେ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଅର୍ନ୍ତଗତ ୱାର୍ଡ ନଂ ୯ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ର ନଂ ୩୪ରେ ବହୁ ଅନିୟମିତତା ହୋଇଥିବା ବିଷୟ ରେ କୁନି ସାହୁ ନାମକ ଜଣେ ହିତାଧିକାରୀଙ୍କ ସମେତ ବହୁ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ସମନ୍ୱତ ଶିଶୁ ବିକାଶ କେନ୍ଦ୍ରର ପ୍ରକ୍ଲପ ଅଧିକାରୀଣୀ ପ୍ରମୋଦୀନି ତ୍ରୀପାଠୀ କେନ୍ଦ୍ର ପରିଦର୍ଶନରେ ଆସିଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କେନ୍ଦ୍ର ବାହାରର କେତେକ ପୁରୁଷ ଓ ମହିଳା ସଭାରେ ଉପସ୍ଥିତ ଥାଇ ଗଣ୍ଡଗୋଳ କରିଥିଲେ ।
ଏ ନେଇ ସଂପୃକ୍ତ କେନ୍ଦ୍ରପରିଚାଳିକା ଶଶୁର ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ସଂପୃକ୍ତ କେନ୍ଦ୍ର ପରିଦର୍ଶନରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣି ଆସିଥିଲେ । ବୁଧବାର ଦିନ ଶିଶୁମଙ୍ଗଳ ଅଧିକାରିଣି ସୁପରଭାଇଜର ପହଁଚି ହିତାଧିକାରୀ କୁନି ସାହୁଙ୍କୁ ତାଙ୍କର ପ୍ରାପ୍ୟ ୫୦୦୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବା ସହ ତାଙ୍କ ସନ୍ତାନକୁ ଛତୁଆ ଓ ଅଣ୍ଡା ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ କେନ୍ଦ୍ରର ପରିଚାଳିକା ସେବତୀ ମହାରଣା ସେହି କେନ୍ଦ୍ର ଅର୍ନ୍ତଭୁକ୍ତ ତଥା ନିଜ ଜା କୁନି ସାହୁଙ୍କୁ ମମତା ୍ୋଜନା ଅର୍ନ୍ତଭୁକ୍ତ କରାଇନଥରବା ଅଭିଯୋଗ ହେଇଥିଲା । ତଦନ୍ତରୁ ଜଣାପଡିଲା ଯେ କୁନି ସାହୁ ୨ ମାସର ଛତୁଆ ଓ ଅଣ୍ଡା ନେବା ସହ ମମତା ଯୋଜନା ନିମନ୍ତେ ବ୍ୟାଙ୍କ ଆକାଉଣ୍ଟ ନଦେବା ସହ କୈଣସି କାମରେ ସହଯୋଗ କରୁନଥିଲେ ।
ଏ ସଂର୍ପକରେ ତତକାଳିନ ସୁପରଭାଇଜର ନିର୍ମଳା ସେଠୀ , ଓ ତତ୍ ପରବର୍ତୀ ସୁପରଭାଇଜର ନର୍ମଦା ମହାପାତ୍ରଙ୍କ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ସଂପୃକ୍ତ ଦୁଇ ସୁପରଭାଇଜର କୈଣସି ପଦକ୍ଷେପ ନନେବାରୁ କୁନି ସାହୁ ମମତା ଯୋଜନା ଅର୍ନ୍ତଭୁକ୍ତ ହୋଇପାରିନଥିଲେ । କୈାଣସି କାଗଜାତ ନଦେବାରୁ କୁନି ସାହୁ ମଦ୍ୟ ସହାୟତା ପାଇବାରୁ ବଂଚିତ ଥିଲେ । ଖବରନେବାରୁ ଜଣାଯାଏ ଯେ କୁନି ସାହୁ ଏବଂ ସେବତୀ ମହାରନା ଦୁଇ ଯାଆ । ଉଭୟଙ୍କ ମଧ୍ୟରେ ଜମିଜମାକୁ ନେଇ ଦୀର୍ଘ ୧୪ ବର୍ଷ ଧରି ମନୋମାଳିନ୍ୟ ରହିଛି । ଦୀର୍ଘ ବର୍ଷ ଧରି ଏହି କେନ୍ଦ୍ରରେ ଜଣେ ମାନସିକ ବିକଳାଙଗ ମହିଳା ଅଙ୍ଗନୱାଡି ସହାୟିକା ଭାବେ ନିଯୁକ୍ତି ହୋଇଥିଲେ ।ତାଙ୍କର କାର୍ଯ୍ୟକଳାପରେ ସଂପୃକ୍ତ କେନ୍ଦ୍ର ଅଧିନସ୍ଥ ହିତାଧିକାରୀ ମାତୃକମିଟି , ଯାଚଂକମିଟି ୨୦୧୭ ମସିହାରୁ ବାରମ୍ବାର ଅଭିଯୋଗ କରିଥିଲେ ବି ଦୀର୍ଘ ୩ ବର୍ଷ ବିତି ଯିବାପରେ ଶିଶୁ ବିକାଶ ଅଧିକାରିଣୀଙ୍କ ନିଦ ଭାଙ୍ଗିଲା । ସହାୟିକାଙ୍କୁ ତାଙ୍କ ପଦବୀଙ୍କ ଚିଠି ନଂ ଅନୁଯାୟୀ ଅନ୍ତର କରାଯାଇଛି । ତେବେ ଏହି କେନ୍ଦ୍ର ନିମନ୍ତେ ଘର ଓ ସହାୟିକା ନିଯୁକ୍ତି କରାଗଲା ସମସ୍ୟାର ସୁଦୁର ପ୍ରସାରୀ ସମାଧାନ ହୋଇପାରିବ ବୋଲି ପ୍ରମୋଦିନୀ ତ୍ରୀପାଠୀ କୁହନ୍ତି ।