Odisha news

ଶିକ୍ଷୟତ୍ରୀଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0

ଧାମନଗର (Basudev trpathy): ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ଜାଗୁଳାଇ ନୋଡ଼ାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୩୧ତାରିଖ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରି·ଳନା କମିଟିର କର୍ମକର୍ତ୍ତା, ସଦସ୍ୟ ଓ କେତେକ ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଅରୁଣ କୁମାର ରାଉତଙ୍କ ତତ୍ତ୍ୱାବଧାନରେ କରାଯାଇଥିବାବେଳେ ଏଥିରେ ଶିକ୍ଷକ ରବିନ୍ଦ୍ର କୁମାର ସେଠୀ, ପ୍ରଭୁ ରଂଜନ ଉପାଧ୍ୟାୟ, ନନ୍ଦଲାଲ ମୁଣ୍ଡା, ସୁରେନ୍ଦ୍ର କୁମାର ସେଠୀ, ମନୋଜ କୁମାର ସିଂହ, ଶିକ୍ଷୟତ୍ରୀ ଭକ୍ତିଲତା ରାଉତ, ଅନୁପମା ଧଳ, ସଞ୍ଜୁକ୍ତା ନାୟକ, ଦୀପିକା ଦାସ, ଅନିତା ବେହେରା, ବିଦ୍ୟାଳୟ ପରି·ଳନା ପରିଷଦ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ସମେତ ବହୁ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ ।

ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀଙ୍କ ପାଇଁ ବିଗତ ଦିନର କର୍ମ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ମନେପକାଇଥିଲେ । ଶେଷରେ ସହକାରୀ ଶିକ୍ଷକ ଅରୁଣ କୁମାର ରାଉତଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା ।

Leave A Reply