ଧାମନଗର, ତା୯ା୮ : ଧାମନଗରରେ ଉତ୍ସାହ ଓ ଉଦ୍ଦିପନ୍ନାର ସହ ମହରମ ପର୍ବ ପାଳନ ହୋଇଯାଇଛି । ଲଘୁଚାପ ବର୍ଷା ସତ୍ତ୍ୱେ ବିଗତ ତିନି ଦିନ ଧରି ଏହି ପର୍ବ ପାଳନ କରାଯାଇଥିଲା । ପର୍ବର ଶେଷ ତଥା ମୁଖ୍ୟ ଦିନରେ ଧାମନଗର ଅଂଚଳର ମୁସଲମାନ ଭାଇମାନେ ବିଭିନ୍ନ ଆଖଡାÿ ମାଧ୍ୟମରେ ସେମାନଙ୍କର ପାରମ୍ପରିକ ବାଡ଼ିଖେଳ ପ୍ରଦର୍ଶନ କରିଥିଲେ । ମଙ୍ଗଳବାର ସକାଳ ୭ଟାରେ ଧାମନଗର ପଠାଣମହଲା, କସବମହଲା , ବାଉଁଶବାଡ଼ି , କାଜିମହଲା , ମୁନସିପାଟଣା, ଜଗତି, ହବିବନଗର , ବଜାରସାହି ଆଦି ୧୩ଟି ସାହି ବସ୍ତିରୁ ଆଖଡାÿ ମାନ ବାହାରି ପ୍ରଥମେ କରବଲା ମୈଦାନ ଓ ପରେ ଧାମନଗର ବଡ଼ବଜାର ଟ୍ରେକରଷ୍ଟାଣ୍ଡ ଓ ସାନବଜାର ଛକରେ ବାଡ଼ିଖେଳ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ କରବଲା ମୈଦାନରେ ବିଭିନ୍ନ ଆଖଡାÿ ଦଳଙ୍କୁନେଇ ବାଡ଼ିଖେଳ ପ୍ରତିଯୋଗିତା କରଯାଇଥିଲା । ଏଥିରେ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏନଏସି ଉପଧ୍ୟକ୍ଷା ନିବେଦିତା ଜେନା ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସେହିପରି ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ, ଗୁଡ଼ିପୋଖରୀ, ଚୁଡ଼ାକୁଟି ଆଦି ଅଂଚଳରେ ମହରମ ପର୍ବ ପାଳନ କରଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପାଣିଗ୍ରାହୀ, ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଆଇଆଇସି ବନମାଳୀ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା
