ଧାମନଗର : ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁ·ପ ଜନିତ ଲଗାଣ ବର୍ଷା ହେତୁ ନଦୀରେ ଜଳିତ ବର୍ଷର ପ୍ରଥମ ବନ୍ୟା ଦେଖାଦେଇଛି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଶୁକ୍ରବାର ସକାଳ ୭ଟାରେ ସେଠାରେ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରି ରାତି ୮ଟା ସୁଦ୍ଧା ୧୮.୦୦ ମିଟର ରେ ପ୍ରବାହିତ ହେଉଛି । ବିଗତ ଏକସପ୍ତାହ ଧରି ଲଘୁ·ପ ବର୍ଷାରେ ଧାମନଗର ତଳିଆ ଅଞ୍ଚଳ ଉବୁଟୁବୁ ହେଉଥିବାବେଳେ ବୈତରଣୀ ଓ ତା’ର ଶାଖା ନଦୀ କୋଚିଳା ଗେଙ୍ଗୁଟି ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଏହି ସମସ୍ୟାକୁ ଅଧିକ ଜଟିଳ କରିଛି ।
ବୈତରଣୀ ନଦୀର ବାମପାଶ୍ୱର୍ ବନ୍ଧର ଗୌରାଙ୍ଗପୁର ଏସ୍କେପ୍ରେ ବନ୍ୟାଜଳ ବାହାରି ସୋହଡ଼ା, କରଦା, ଖଡ଼ିପଦା, ଦୋବଲ, ପଧାନୀ, ଦଳାଙ୍ଗ ଆଦି ପଞ୍ଚାୟତର ବିସ୍ତୃତ ·ଷ ଜମିକୁ ଜଳାର୍ଣ୍ଣବ କରିଛି । ଫଳରେ ହଜାର ହଜାର ଏକର ଧାନ·ଷ ନଷ୍ଟ ହେବାର ସମ୍ଭାବନା ରହିଛି । ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ସନ୍ଧ୍ୟା ୭ଟା ପର ଠାରୁ ସ୍ଥିର ରହିଥିବାବେଳେ ଏହା କ୍ରମଶଃ କମିବବୋଲି ଜଳସେଚନ ବିଭାଗ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଜଣାଯାଇଛି ।
ତେବେ ପାଣିପାଗ ବିଭାଗର ସୁଚନା ଅନୁଶାରେ ଆସନ୍ତା ୨୩ତାରିଖ ଆଉ ଏକ ଲଘୁ·ପ ସୃଷ୍ଟି ହେବାକୁ ନେଇ ଲୋକେ ବିଶେଷ କରି ·ଷିକୂଳ ମୁଣ୍ଡରେ ହାତ ଦେଉଛନ୍ତି । ନଦୀବନ୍ଧ ସୁଦୃଢ କରାଯାଇଥିବାରୁ ଏହି ବନ୍ୟାରେ ବନ୍ଧବାଡ଼ର କୌଣସି କ୍ଷୟ କ୍ଷତି ହେବନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
