Odisha news

କୁମ୍ଭୀର ପାଟିରୁ ଗାଇ ଖସି ଆସିଲା, ତାପରେ …

0

ଧାମରା :ଚାନ୍ଦବାଲି ବ୍ଲକକୁ ମନ୍ତେଇ ନଦୀ ଘେରିଛି । ନଦୀରେ ମାଳମାଳ କୁମ୍ଭୀର । ଅଗଭୀର ପାଣିକୁ କୁମ୍ଭୀର ଭୟରେ ନଦୀ କୂଳିଆ ଲୋକେ ଅଛନ୍ତି । କୁମ୍ଭୀର ପାଟିରେ କେବେ ମଣିଷର ଜୀବନ ଯାଉଛି । ଆଉ କେବେ ମୁକୁଳି ଆସୁଛି । ଆଉ କେତେକ ସମୟରେ ଗୃହ ପାଳିତ ପଶୁ କୁମ୍ଭୀର ପrାରେ ପଡି ଜୀବନ ଚାଲି ଯାଉଛି । ଏପରି ଏକ ଘଟଣା ଧାମରା ନିକଟସ୍ଥ ଝାଡକଟା ଗାଁରେ ଘଟିଛି । ଏହି ଗାଁ ମନ୍ତେଇ ନଦୀ କୂଳରେ ଅବସ୍ଥିତ । ଏହି ଗାଁର ରେଣି ଜେନା ନାମକ ଜଣେ ମହିଳାଙ୍କ ଗାଇ ନଦୀ ବନ୍ଦରେ ଚରୁଥିଲା । ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ତାଙ୍କର ଏକ ଗର୍ଭିଣୀ ଗାଇକୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିଲା । ନଦୀରେ ମାଛ ଧରୁଥିବା ଧିବର ଏହାକୁ ଦେଖି କୁମ୍ଭୀରକୁ ଗୋଡାଇ ଥିଲେ । ଗାଁ ଲୋକେ ମଧ୍ୟ ସେଠାରେ ଉପସ୍ଥିତ ହୋଇ ଏହି ଦୃଶ୍ୟ ଦେଖୁଥିଲେ । କିଛି ସମୟ ପରେ କୁମ୍ଭୀର ପାଟିରି ଗାଇ ମୁକୁଳି ଆସିଲା । କିନ୍ତୁ ଗାଇଟି ମୃତ ଅବସ୍ଥାରେ ନଦୀରେ ଭାସିଥିଲା । ଏହି ଗାଇକୁ ଧିବର ତଥା ଗାଁ ଲୋକ ମାନଙ୍କ ସହାୟତାରେ ନଦୀରୁ ଉଦ୍ଧାର କରାଯାଇଛି ।

Nalco

Leave A Reply