ଧାମରା :ଧାମରା ଦୋସିଙ୍ଗା ଠାରେ ଥିବା ବିଏମ୍ଏସ୍ ଅଫିସ ପ୍ରାଙ୍ଗଣରେ ଆଜି ସଂଘର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । କୋବିଡ-୧୯କୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା କରି ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ନିଜର ଅଭିଭାଷଣରେ ସଂଘର କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ରଶେଖର ଜେନା ଯୋଗ ଦେଇ ଦତୋପତ ଥେଙ୍ଗଡୀ ୨୩ ଜୁଲାଇ ୧୯୫୫ରେ ଏହି ଟ୍ରେଡୟୁନିୟନ ସଂଗଠନ ନିର୍ମାଣ କରିବା ପରେ ଆଜି ଭଳି ଦିନରେ ସାରା ଭାରତ ବର୍ଷରେ ଏହି ସଂଗଠନର ୧୦ନିୟୁତରୁ ଅଧିକ ଶ୍ରମିକ ଏହି ସଙ୍ଗଠନରେ ଯୋଗ ଦେଇଛନ୍ତି ।
ଆଗାମୀ ଦିନରେ ଏହି ସଂଗଠନ ଶ୍ରମିକ ମାନଙ୍କ ହିତ ଉପରେ ଅଧିକ ନଜର ଦେବା ସହ କିଭଳି ତୃଣମୂଳ ସ୍ତରରୁ ଶ୍ରମିକଙ୍କ ପରିବାର ସୁରୁଖୁରୁରେ ଦିନ ଅତିବାହିତ କରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଆଜିର ଏହି ପ୍ରତିଷ୍ଠା ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଲେଙ୍କା,ବିଜୟ ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ଦାସ, ଶତୃଘ୍ନ ସାମଲ, ବାପି ସାମଦ୍ଦ ,ପ୍ରଫୁଲ ସେଠୀଙ୍କ ସମେତ ଅନ୍ୟ ସାଙ୍ଗଠନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
