Odisha news

ଥାନା ଏ.ଏସ୍‍.ଆଇ କରୋନାରେ ଆକ୍ରାନ୍ତ : ବାଁଶଡା ପଞ୍ଚାୟତ-ଫେରିଘାଟ ସଟ୍‍ ଡାଉନ୍‍-ବାଁଶଡା ଥାନା ସିଲ୍‍

0

ଧାମରା :ଚାନ୍ଦବାଲି ବ୍ଲକ ବାଁଶଡା ପଞ୍ଚାୟତରେ କରୋନା ପ୍ରବେଶ କରିଛି । ବାଁଶଡା ଥାନାର ଜନୈକ ଏ.ଏସ୍‍.ଆଇ. କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଏଣୁ ବାଁଶଡା ପଞ୍ଚାୟତକୁ ୩୬ ଘଟାଂ ପାଇଁ ସଟ୍‍ ଡାଉନ୍‍ କରାଯାଇଛି । ୨୨ ତାରିଖ ପୂର୍ବାହ୍ନ ୭ ଘଟିକାରୁ ୨୩ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ସଟ୍‍ ଡାଉନ୍‍ ଜାରି ରହିବ ବୋଲି ଜଣା ପଡିଛି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତି ଲତା ଦାସ ବାଁଶଡା ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ।

ଥାନା ଏ.ଏସ୍‍.ଆଇ. ଜଣକ ଏହି ପଞ୍ଚାୟତ ଝାରପଡା ଗାଁରେ ଭଡା ଘର ନେଇ ରହୁଥିଲେ । ଏଠାରେ ସେ ଅନେକ ଲୋକଙ୍କ ସହିତ ମିଳାମିଶା କରିଛନ୍ତି । ଏ.ଏସ୍‍.ଆଇ. ଜଣକ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡିଥିଲେ । ସେ ବାଁଶଡା ମେଡିକାଲରେ କିଛି ଦିନ ଚିକିସ୍‍ିା ହୋଇଥିଲେ । ତାଙ୍କ ଜ୍ରବ ଭଲ ନହେବାରୁ ସେ ଭଦ୍ରକ ଯାଇଥିଲେ । ସେଠାରେ ରକ୍ତ ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ସେ ଏବେ ଭଦ୍ରକର କୋଭିଡ୍‍ ମେଡିକଲ୍‍ରେ ଚିକିସ୍‍ିିତ ହେଉଥିବା ଖବର ମିଳିଛି । ଏ ବାବୁ ଜଣକ ବାଁଶଡା ବଜାରରେ ଅନେକଙ୍କ ସାଥିରେ ଆସିଛନ୍ତି ।

ସେ ଏହି ପଞ୍ଚାୟତ ପାଇଁ ବିଗ୍‍ ସ୍ପେଡର ହୋଇ ପାରନ୍ତି ବୋଲି ଆନେକ କହୁଛନ୍ତି । ଏଥିପାଇଁ ଥାନା ସବୁ ପୋଲିସ୍‍ କର୍ମଚାରୀ, ଗୃହରକ୍ଷୀ, ଗ୍ରାମରକ୍ଷୀ, ରୋଷେୟାଙ୍କ ରକ୍ତ ସଂଗ୍ରହ କରାଯାଇଛି ବୋଲି ଥାନା ଅଧିକାରୀ କରୁଣାକର ରଉତ ସୂଚନା ଦେଇଛନ୍ତି । ସଟ୍‍ ଡାଉନ୍‍ ପାଇଁ ବାଁଶଡା ବଜାରରେ ଥିବା ଦୋକାନ ବନ୍ଦ ରହିଛି । ଏହି ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ଦୋକାନ ମଧ୍ୟ ବନ୍ଦ ରଖା ଯାଇଛି । ହାଟ ବଜାରକୁ ଲୋକେ ଆସିବା ବନ୍ଦ କରି ଦେଇଛନ୍ତି । କରୋନା ଭୟରେ ଏଠିକାର ଲୋକେ ଘରୁ ବାହାରୁ ନାହାଁନ୍ତି । ଲୋକଙ୍କ ଭିତର ଏକ ପ୍ରକାର କରୋନାକୁ ନେଇ ଭୟ ସଞ୍ଚାର ହୋଇଛି । ବାଁଶଡା ଥାନାକୁ ସିଲ୍‍ କରାଯାଇଛି । ସେହିପରି ବାଁଶଡା ଫେରି ଘାଟକୁ ମଧ୍ୟ ସଟ୍‍ ଡାଉନ୍‍ କରାଯାଇଛି । ଫଳରେ ଲୋକେ ନଦୀ ପାର ପାଇଁ ଅସୁବିଧାରେ ପଡିଛନ୍ତି । ଏହି ପୋଲସ୍‍ ବାବୁଙ୍କ ସଂଶ¬ର୍ଶରେ ଆସିଥିବା କିଛି ଜନ ପ୍ରତିନିଧି, ବିଭିନ୍ନ ରାଜନୈତିକ ଆଗ ଧାଡିର କର୍ମୀ ଛାନିଆ ହୋଇ ପଡିଛନ୍ତି ।

Nalco

Leave A Reply