Odisha news

ଛିଡିଲା ୧୧ କେଭି ବିଦ୍ୟୁତ୍‍ ତାର : ଜଳି ଗଲା ବାଇକ୍‍, ୨ ଗୁରୁତର ଆହତ

0

ଧାମରା,୧୦ ।୦୨:ଗଞ୍ଜାମ ଜିଲ୍ଲା  ୧୧ କେଭି ବିଦ୍ୟୁତ୍‍ ତାର ବସରେ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଲୋକେ ଆହତ ହୋଇ ମେଡିକାଲରେ ଚିକିତ୍ସିତ  ହେଉଛନ୍ତି । ଏହା ସାରା ରାଜ୍ୟରେ ଚହଲ ପକାଇ ଦେଇଛି । ଏହି କଥା ମନରୁ ଭୁଲି ନ ଥିବା ବେଳେ ଚାାନ୍ଦବାଲି ବ୍ଲକ ଧାମରାଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଦୁଇଟି ଉଦାହରଣ ବିଦ୍ୟୁତ୍‍ ବିଭାଗର ଖାମଖିଆଲ୍‍ ନୀତିକୁ ପଦାରେ ପକାଇଛି । ଗୁଆଁଳ-କଇଥଖୋଲା ରାସ୍ତାର କଇଥଖୋଲା ବସ୍‍ ଷ୍ଟାଣ୍ଡ୍‍ ଅଭିମୁଖେ ଗୁଆଁଳ ଗାଁର ଦୁଇ ଜଣ ଲୋକ ମୋଟର ବାଇକ୍‍ରେ ଯାଉଥିଲେ । ସୋମବାର ଭୋର ପ୍ରାୟ ୪ଟା ସମୟରେ ହଠାତ୍‍ ୧୧ କେଭି ବିଦ୍ୟୁତ୍‍ ତାର ଛିଡି ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍‍ ନାମକ ମୋଟର ବାଇକ୍‍ରେ ଲାଗିଥିଲା । ଗାଡି ଚାଳକ ସୁରେନ୍ଦ୍ର ଜେନା (୩୨) ଓ ପଛରେ ବସିଥିବା ଦୁଯର୍‍ୟଧନ ରାଉଳ (୬୫)ଛିଟିକି ପଡିଥିଲେ । ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଯିବାରୁ ଆଖି ପିଛୁଳାକେ ଏହି ଗାଡି ଜଳି ଗଲା । ଏହାକୁ ଲିଭାଇବା ପାଇଁ ସ୍ଥାନୀୟ ଲୋକେ ସାହସ କରି ପାରିଲେ ନାହିଁ । ବିଦ୍ୟତ୍‍ ବିଭାଗ କର୍ମଚାରୀଙ୍କୁ ଫୋନ୍‍ କରିବା ପରେ ବିଦ୍ୟତ୍‍ କଟା ହେଲା । କିନ୍ତୁ ସେତେବେଳକୁ ଗାଡିଟି ଜଳି ପୋଡି ପାଉଁଶ ହୋଇଥିଲା । ଏହି ଦୁର୍ଘଟଣାରେ ଏହି ଦୁଇ ଜଣ ଆହତ ହୋଇ ସ୍ଥନୀୟ ଧାମରା ମେଡିକାଲରେ ଚିକିସ୍‍ିିତ ହେଉଛନ୍ତି । କଇଥଖୋଲା ସରକାରୀ ପ୍ରାଥମିକ ସ୍କୁଲ୍‍ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ଝୁଲି ରହିଥିଲା । ଏଥିରେ ନଡିଆ ଗଛର ବାହୁଙ୍ଗା ବାଜି ଅନେକ ସମୟରେ ସ୍ପାର୍କିଙ୍ଗ୍‍ ହେଉଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରାୟ ୧ ମାସ ବିଦ୍ୟୁତ୍‍ କର୍ମଚାରୀଙ୍କୁ ଅବଗତ କରାଇ ଥିଲେ । ଅଥଚ ଏହାର ସମାଧାନ ହୋଇପାରି ନ ଥିଲା । ଏଣୁ ଆଜି ଏପରି ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହେଉଛି । ଏ ସମ୍ପର୍କରେ ଧାମରା ଥାନାରେ ଲିଖିତ ଅଭିଯୋଗ ଦାୟର କରାଯାଇଛି । ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଦ୍ୟୁତ୍‍ ବିଭାଗର କର୍ମଚାରୀ ମଧ୍ୟ ଏଠାରେ ପହଞ୍ଚି ଏହାର ମରାମତି କାମ ଆରମ୍ଭ କରିଛନ୍ତି । ଏହି ଅଘଟଣା ପାଇଁ ଏଠାରେ କିଛି ସମୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପୋଲିସ୍‍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ଏହି ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିବା ଖବର ମିଳିଛି । ଏହାକୁ ନେଇ ସାରା ଧାମରା ଏରିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଧାମରା ଏରିଆର ବିଭିନ୍ନ ସ୍ଥାନରେ ଏପରି ୧୧ କେଭି ତାର ଝୁଲି ରହିଛି । ଏହାକୁ ବିଦ୍ୟୁତ୍‍ ବିଭାଗ ଚିିହ୍ନଟ କରି ଏହାର ମରାମତି କରିବାକୁ କଇଥଖୋଲା ସରପ‘ଂ ଅଶୋକ କୁମାର ସିଟ୍‍ ଦାବି କରିଛନ୍ତି ।

Leave A Reply