Odisha news

ଧାମନଗରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଁଚିଲା ୪ରେ

0

ଧାମନଗର: (ବାସୁଦେବ ତି୍ରପାଠୀ) ଭଦ୍ରକ ଜିଲ୍ଲାର କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି ଜିଲ୍ଲାରେ ତିନି ଜଣ ବ୍ୟକ୍ତିଙ୍କ ପଜେଟିଭ ରିପୋର୍ଟ ଆସିଛି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଁଚିଛି । ଆଜି ଜିଲ୍ଲାର ତିନି ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଧାମନଗର ବ୍ଲକର ଜଣେ ବ୍ୟକ୍ତିଥିବା ଜଣାଯାଇଛି । ଧାମନଗର ବ୍ଲକରେ ପୂର୍ବରୁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ବ୍ଲକର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଁଚିଲା । ପୂର୍ବରୁ ଧାମନଗର ବ୍ଲକର ଖଡିପଦା, କଲ୍ୟାଣୀ ଓ ସାହାସପୁର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉକ୍ତ ପଞ୍ଚାୟତ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ରଖାଯାଇଥିଲା ।

ଆଜି ଆକ୍ରାନ୍ତ ଜଣକ ଧାମନଗର ବ୍ଲକ ଅନ୍ତର୍ଗତ ବମକୁରା ପଞ୍ଚାୟତ ଦେଉଳଡିହି ନୂଆପାଟଣା ଗ୍ରାମର ହୋଇଥିବା ବେଳେ ତାଙ୍କର ବୟସ ୪୧ବର୍ଷ ଏବଂ ସେ ସୁରତ ଫେରନ୍ତା ବୋଲି ଜଣାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରିପୋଖରୀର କହରାପୋଖରୀ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ନାମ ପଞ୍ଜିକରଣ କରାଯିବା ସହ ମେଡିକାଲ ସ୍କି୍ରନିଂ ପରେ ପରୀକ୍ଷଣ ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା । ପରେ ତାଙ୍କୁ ନିଜ ପଞ୍ଚାୟତ ବମକୁରାସ୍ଥିତ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା ।

ଭଦ୍ରକ ଜିଲ୍ଲାକୁ କୋଲକାତା ଓ କେରଳରୁ ପ୍ରାୟ ୪ଶହ ଲୋକ ଫେରିଥିବା ବେଳେ ସୁରତରୁ ୧୩ଶହ ରୁ ଉଦ୍ଧ୍ୱର୍ ପ୍ରବାସୀ ଓଡିଆ ଫେରିଲେଣି । ସେଥିମଧ୍ୟରୁ ୮ ତାରିଖ ସୁଦ୍ଧା ଧାମନଗରକୁ ମୋଟ ୩ଶହ ୬୧ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି ବୋଲି ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାଯାଇଛି । ତେବେ ଧାମନଗର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି ।

Har Ghar Tiranga

Leave A Reply