Odisha news

ଗେଙ୍ଗୁଟି ନଦୀ ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

0

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଦିହୁଡ଼ି ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଠାରେ ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଶୁକ୍ରବାର ଦିନ ପ୍ରାୟ ୧୨.୩୦ମିନିଟ୍ ସମୟରେ ପାହାଡ଼ପୁର ଗ୍ରାମର ରବିନ୍ଦ୍ର ପରିଡ଼ାଙ୍କ ପୁଅ ସନତ୍ ପରିଡ଼ା (୨୩) ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିି ଯାଇଥିଲା । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସ୍ରୋତରେ ଯୁବକଟି ଭାସିଯାଇଥିଲା । ଖବରପାଇ ସ୍ଥାନୀୟ ଲୋକେ ତୁରନ୍ତ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ଯନ୍ତ୍ର ·ଳିତ ବୋଟ୍ ନେଇ ଘଟଣା ସ୍ଥଳରେ ପହଂଚିଥିଲେବି ବୋଟ୍ର ଇଞ୍ଜିନ ଷ୍ଟାଟ ହୋଇନଥିଲା । ଏହାକୁ ନେଇ ସେଠାରେ ଲୋକେ ପାଟିତୁଣ୍ଡ କରିଥିଲେ ।

ଏହାପରେ ଭଣ୍ଡାରିପୋଖରୀରୁ ଆଉ ଏକ ବୋଟ୍ ସହ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଂଚିଥିଲେ । ଦମକଳ ବାହିନୀର ଦୁଇଟି ଟିମ୍ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ସନତକୁ ଖୋଜି ଠାବ କରିପାରିନଥିଲେ । ଭଦ୍ରକ ଜିଲ୍ଳାପାଳ କଳିଙ୍ଗନଗରରୁ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ୍ର ଏକ ଟିମ୍ଙ୍କୁ ଡ଼କାଇ ଘଟଣା ସ୍ଥଳକୁ ପଠାଇ ଥିବା ଜଣାଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ନଦୀରେ ଭାସିଯାଇଥିବା ଯୁବକଙ୍କୁ ଠାବ କରାଯାଇନଥିବାବେଳେ ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଆଇଆରବି ଟିମ୍କୁ ଧରି ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି । ଘଟଣା ସ୍ଥଳରେ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଥାନା ଆଇଆଇସି ରତିକାନ୍ତ ଗିରି, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସନତ୍ ବେଙ୍ଗୁଳୁରୁରେ ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ ଲକଡ଼ାଉନ୍ ସମୟରେ ଘରକୁ ଫେରି ଗତ ଜୁନ୍ ମାସରେ ବିବାହ କରିଥିଲେ ।

Leave A Reply