Odisha news

ଚୋରା ବିଦ୍ୟୁତ୍ ତାର ସମେତ ପିକଅପ୍ ଗାଡ଼ି ଜବତ : ଜଣେ ଗିରଫ

0

ଧାମନଗର, ତା୨୪ା୬ : ଧାମନଗରରେ ଭଙ୍ଗା ଟିଣ ଲୁହା ବ୍ୟବସାୟୀଙ୍କ ସଂଖ୍ୟା ବହୁତ ହୋଇଥିବାବେଳେ ଏଠାରେ ଚୋରା ବ୍ୟବସାୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସ ଓ ଆଇନ କାନୁନ୍କୁ ବେଖାତିର କରି ବ୍ୟବସାୟୀମାନେ ବ୍ୟାପକ ଚୋରା କାରବାର କରୁଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଧାମନଗର ପୋଲିସ ଏକ ପିକଅପ୍ ଗାଡ଼ି ସମେତ ବହୁ ଚୋରି ଜିନିଷ ଜବତ କରିଥିବାବେଳେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ।

ଖବର ନେବାରୁ ଜଣାଯାଇଛିଯେ ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ବାରିକସାହି ନିକଟରେ ସେକ୍ ସବୀର ନାମକ ଜଣେ କବାଡିଆ ବ୍ୟବସାୟୀଙ୍କ ଘରେ ଏକ ଚୋରା ଜିନିଷ ଥିବା ଗାଡି ପହଂଚି ଥିବାର ସ୍ଥାନୀୟ ପୋଲିସ ଖବର ପାଇଥିଲା । ଧାମନଗର ଆଇଆଇସି ବଲ୍ଲଭ ସାହୁ ସଦଳବଳେ ସେଠାରେ ପହଂଚି ଗାଡ଼ିକୁ ଜବତ କରିଥିଲେ ।

ପୋଲିସଙ୍କୁ ଦେଖି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡିରୁ ୧୬ ବସ୍ତା ବିଦ୍ୟୁତ୍ ତାର , କଟର ମେସିନ , ୩ ଟି ଗ୍ୟାସ ସିଲିଣ୍ଡର୍ , ଗୋଟିଏ ବିଦ୍ୟୁତ୍ ଖୁଣ୍ଟ, ୩୦ ଟି ଲୁହା ଖଣ୍ଡ, ୬ ଖଣ୍ଡ ଟେଲିଫୋନ୍ ଖୁଣ୍ଟି ସହ ଓ ଆର୨୨ ଇ୯୮୩୮ନମ୍ବର ଥିବା ଏକ ପିକଅପ୍ ଗାଡ଼ିକୁ ଜବତ କରାଯାଇଛି । ଥାନା କ୍ୟାସ ନମ୍ବର ୨୫୫/୨୨ ରେ ମାମଲା ରୁଜୁ କରି ସେକ୍ ଚାନ୍ଦ ଅଲ୍ଲୀ ନାମକ ଜଣେ ଚୋରା ବ୍ୟବସାୟୀକୁ ପୋଲିସ ଗିରଫ କରିଥିବାବେଳେ ୪ ଜଣ ଫେରାର ଥିବା ଜଣାଯାଇଛି ।

Leave A Reply