Odisha news

ଧାମନଗର ସମବାୟ ନିର୍ବାଚନ, ୨୨୬ ପ୍ରାର୍ଥୀପତ୍ର ଦାଖଲ

0

ଧାମନଗର, ତା୨୬ା୫ : ସମବାୟ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟରେ ଧାମନଗରରେ ଆଜି ୨୨୬ ଜଣ ପ୍ରାର୍ଥୀ ସେମାନଙ୍କ ର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଧାମନଗର ବ୍ଲକ ରେ ଥିବା ୧୨ ଗୋଟି ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ରେ ଆସନ୍ତା ଜୁନ୍ ୧୯ ତାରିଖ ଦିନ ଛ’ଟି ସମିତି ରେ ନିର୍ବାଚନ ହେବ । ସେଥିପାଇଁ ଉକ୍ତ ସମିତି ଗୁଡ଼ିକରେ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇଥିଲା । ନିର୍ବାଚନ ପାଇଁ ୨୬ ତାରିଖ ଦିନ ଉକ୍ତ ଛ’ଟି ସମିତି ରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ପ୍ରତି ସେବା ସମବାୟ ସମିତି ରେ ୧୫ ଜଣ ଲେଖାଏଁ ନିଦେ୍ର୍ଦଶକ ସଭ୍ୟ ନିର୍ବାଚିତ ହେବାକୁ ଥିବାବେଳେ ୧୯୨୩ ସଭ୍ୟ ଥିବା ଦୋବଲ ସେବା ସମବାୟ ସମିତିର ସମସ୍ତ ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ସେହିପରି ୭୮୭ ସଭ୍ୟ ଥିବା ଚୁଡ଼ାକୁଟି ସମବାୟ ସମିତିରେ ୩୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୧୪୪୬ ସଭ୍ୟ ଥିବା କଟସାହି ସମିତି ରେ ୩୨ ଜଣ, ୨୫୩୭ ସଭ୍ୟ ସଂଖ୍ୟା ଥିବା ଦଳାଙ୍ଗ ସମିତି ରେ ୩୧ ଜଣ , ୧୦୩୫ ସଭ୍ୟ ଥିବା ଶ୍ରୀ ଜଗନ୍ନାଥ ସମବାୟ ସମିତି ରେ ୩୩ ଜଣ , ୧୯୯୩ ସଭ୍ୟ ଥିବା ୍ୱମକୁରା ସମିତି ରେ ୩୧ ଜଣ ଓ ୨୬୮୫ ସଭ୍ୟ ସଂଖ୍ୟା ଥିବା ଧୁସୁରି ସେବା ସମବାୟ ସମିତି ରେ ସର୍ବାଧିକ ୪୬ ଜଣ ପ୍ରାର୍ଥୀ ସେମାନଙ୍କ ର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।

Leave A Reply