Odisha news

ଧାମନଗର ଏନଏସିର ପ୍ରଥମ ବୈଠକ

0

ଧାମନଗର, ତା୧୭ା୫ : ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଏନଏସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷା ନିବେଦିତା ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଧାମନଗର ନୂତନ ଏନଏସି ଗଠନରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରଚେଷ୍ଟା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସହଯୋଗ କୁ ପ୍ରଶଂସା କରିଥିଲେ । ବୈଠକରେ ସହର ପାନୀୟଜଳ ଯୋଗାଣ କାର୍ଯ୍ୟ ନିମ୍ନମାନର ହେଉଥିବା ସମ୍ପର୍କରେ କାଉନସିଲର ମାନେ ଅଭିଯୋଗ କରିଥିଲେ । ବର୍ଷାଦିନ ପୁର୍ବରୁ ଏନଏସି ର ସମସ୍ତ ଡ୍ରେନ୍ ଗୁଡିକୁ ସଫେଇ କରିବାପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାନ୍ତି , ଉପାଧ୍ୟକ୍ଷ ୱସୀମ ଏସଦାନୀ କାଦରୀ ଓ ସମସ୍ତ କାଉନସିଲର ମାନେ ଯୋଗଦେଇଥିଲେ । ଏନଏସି ନିର୍ବାହୀ ଅଧିକାରୀ ଯତିନ୍ଦ୍ର କୁମାର ମିଶ୍ର ପ୍ରାରମ୍ଭରେ ସାଂସଦ, ବିଧାୟକଙ୍କ ପ୍ରତିନିଧି, ନବ ନିର୍ବାଚିତ ଅଧ୍ୟକ୍ଷା ,ଉପାଧ୍ୟକ୍ଷ ଓ କାଉନସିଲର ମାନଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଶେଷରେ ଧନ୍ୟ୍ୱାଦ ଅର୍ପଣ କରିଥିଲେ । ତେବେ ବୈଠକ ଚାଲିଥିବା ବେଳେ ହଲରେ ବାହାର ଲୋକଙ୍କ ଉପସ୍ଥିତିକୁ ନେଇ ଜନସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା

Nalco
Leave A Reply