Odisha news

ଗଞ୍ଜାମ ଜ଼ିଲ୍ଲା ଗସ୍ତରେ ପୁଲିସ ମହାନିର୍ଦେଶକ

0
ତ୍ରପୁର : ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡ଼ିଶା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ  ଅଭୟ । ରବିବାର ସକାଳୁ ସଡ଼କ ପଥରେ କାର୍ ଯୋଗେ ଖଲିକୋଟ ହୋଇ ଜିଲ୍ଲାରେ ପ୍ରବେଶ କରିଥିଲେ ।
ପ୍ରଥମେ ଖଲିକୋଟ ଟୋଲ୍ ଗେଟରେ ଓହ୍ଲାଇ ସ୍ଥିତିର ସମୀକ୍ଷା କରିଥିଲେ । ଏହା ପରେ ଖଲିକୋଟ ଥାନା, ରମ୍ଭା ଥାନା, ଗଞ୍ଜାମ ଥାନା,  ଅଗସ୍ତିନୂଆଗାଁ ସ୍ଥିତ ଅଷ୍ଟମ ବାଟାଲିୟନ୍ , ଛତ୍ରପୁର ସ୍ଥିତ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ଛତ୍ରପୁର ପୁଲିସ ବାରାକ୍‌, ଲୋଏର ବସଷ୍ଟାଣ୍ଡ ସ୍ଥିତ ପୁଲିସ  ମେଡ଼ିକାଲ ଓ ଛତ୍ରପୁର  ଆଦର୍ଶ ଥାନା ପରିଦର୍ଶନ କରିବା ସହ ପୁଲିସ କନଷ୍ଟେବଳ ଠାରୁ ଆରମ୍ଭ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସାପ୍ତାହିକ ଛୁଟି ମିଳୁଛି ନା ନାହିଁ ପଚାରିବା ସହ ବ୍ୟକ୍ତିଗତ ସ୍ତରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କହିଥିଲେ ।  କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି କ’ଣ ସବୁ ପଦକ୍ଷେପ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଡିଜିପି ପଚାରି ବୁଝିଥିଲେ। ପ୍ରଶାସନ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ କଣ୍ଟ୍ରୋଲ ରୁମ୍‌ର କାର୍ଯ୍ୟକାରିତା, ପାଟ୍ରୋଲିଂ, କର୍ମଚାରୀଙ୍କ ମଙ୍ଗଳ କାର୍ଯ୍ୟକ୍ରମ ତ୍ୱରାନ୍ବିତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ  ଡିଜିପି ପରାମର୍ଶ ଦେଇଥିଲେ l ଏହି  ଅବସରରେ ଦକ୍ଷିଣାଂଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ  ପ୍ରମୁଖ ଉପସ୍ଥିତ ଥିଲେ ।
ପୁଲିସ ମହାନିର୍ଦ୍ଦେଶକଙ୍କ ଗସ୍ତ ବିଶେଷ କରି ସେ ନିଜେ ଆସି ଆଲୋଚନା କରିଥିବାରୁ ପୁଲିସ କନଷ୍ଟବଳ ଓ ଅଧିକାରୀମାନେ ବେଶ୍ ଆନନ୍ଦ ପ୍ରକାଶ କରିବା ସହ ଏହା ଦ୍ୱାରା ସେମାନଙ୍କ ମନବଳ ବୃଦ୍ଧି ପାଇଲା ବୋଲି କହିଛନ୍ତି । ଅନ୍ୟ ପଟେ ଜିଲ୍ଲାର ସମସ୍ତ ଥାନା, ବାରାକ୍ ଆଦିରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫ୍ରଂଟ୍ ଲାଇନ୍ ରେ କାମ କରୁଥିବା ପୁଲିସ କନଷ୍ଟେବଳ ଓ ଥାନା ଅଧିକାରୀ ସମସ୍ତ ମାସ୍କ ପ୍ରଦାନ କରାଯାଇଛି ବୋଲି ଗଞ୍ଜାମ ଏସପି କହିଛନ୍ତି । ପୁଲିସ ମହାନିର୍ଦ୍ଦେଶଙ୍କ ଏହି ଗସ୍ତ ଅବସରେ ଛତ୍ରପୁର ଠାରେ ଗଞ୍ଜମ ପୁଲିସ ଜିଲ୍ଲାର  ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ଡିଏସପି ଅଜୟ କୁମାର ମିଶ୍ର , ଡିଏସପି ଏସ୍‌. ପ୍ରଧାନ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର୍‌,  ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ  ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ  ରଞ୍ଜନ ଛୋଟରାଏଙ୍କ ସମେତ ବହୁ ପୁୂଲିସ କର୍ମଚାରୀ ଉପସ୍ଥିତ ଥିଲେ ।
Har Ghar Tiranga

Leave A Reply