Odisha news

ବିଜେଡି ର ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ

0

ଭୁବନେଶ୍ୱର : ବିଧାୟକଙ୍କ ଘରେ ସିବିଆଇ ରେଡ଼୍ । ବିଜେଡି ର ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ତରଫରୁ ରେଡ କରାଯାଇଛି ।ଭୁବନେଶ୍ୱର ସ୍ଥିତ ୟୁନିଟ – ୧ ସ୍ଥିତ ବାସଭବନରେ ସିବଆଇ ଚଢାଉ କରିଛି । ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବା ସୂଚନା ମିଳିଛି ।

ସିବିଆଇର ୪ରୁ ୫ ଜଣିଆ ଟିମ୍ ଗୋଟେ ଘଣ୍ଟା ପୁର୍ବରୁ ବଡ଼ମ୍ବା ନରସିଂହପୁର ବିଧାୟକଙ୍କ ଘରେ ପହଁଚି ପଚରାଉଚୁରା କରିଥିଲେ ।ଦେବୀ ମିଶ୍ରଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ସବିଆଇ ଟିମ । ଘଣ୍ଟାଏରୁ ଅଧିକ ଖୋଳତାଡ଼ ପରେ ଗୁରୁତ୍ୱପୂର୍ଣ୍ଣ କାଗଜ ନେଇ ଏବେ ବାହାରିଛନ୍ତି ସିବିଆଇ ଟିମ ।

ପୁର୍ବରୁ ସିସୋର ଲିଙ୍କରେ ଚଢାଉ କରିଥିବା ସୂଚନା ମିଳିଛି ।ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।ତେବେ ଆଗକୁ ସିସୋର ଚିଟଫଣ୍ଡ କେସ୍‌ରେ ଜଡ଼ିତ ଥିବା କିଛି ଲୋକେ ସିବିଆଇ ସ୍କାନରରେ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି ।ଅପରପକ୍ଷରେ ଶ୍ରୀ ମିଶ୍ର ଏକଦା ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ସଂସ୍ଥା ଅନେକ ପ୍ରକଳ୍ପ ହାତେଇ ପାରିଥିଲା ।
ପରେ ସିେସୋର ଚିଟଫଣ୍ଡ ମାମଲା ଦେଶବ୍ୟାପୀ ଚହଳ ପକାଇଥିଲା ।

ଏହାର ତଦନ୍ତ ଦାୟିତ୍ୱ ମଧ୍ୟ ସିବିଆଇ ନେଇଥିଲା ।ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଗିରଫ କରାଯିବା ସହ ରାଜ୍ୟର ବହୁ ନେତା, ବିଧାୟକ, ପ୍ରଶାସକ, ଉଦ୍ୟୋଗପତି ଏହି ମାମଲାର ତଦନ୍ତ ପରିସରରେ ଥିଲେ ।କିନ୍ତୁ ବିଗତ ଦୁଇ ବର୍ଷ ଧରି ନିରବ ଥିବା ସିବିଆଇ ଆଜି ଅଚାନକ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି ।

Nalco
Leave A Reply