ବିଗୁଡୁଥିବା ମେଣ୍ଟାଲ ହେଲଥ କୁ ଜାଣିବା ଏତେ ସହଜ ନୁହେଁ, ଯଦି ଆପଣଙ୍କର ପ୍ରତ୍ୟେକ ମୁହୁର୍ତରେ ବିଚାରଧାରା ଓ ଚିନ୍ତାଧାରା ବଦଳୁଛି ଓ ଆପଣ ଗୋଟିଏ ସ୍ଥାନରେ ଧ୍ୟାନ କେନ୍ଦ୍ରିତ କରିପାରୁ ନାହାନ୍ତି ତେବେ ଏହାକୁ ସାଧାରଣ ଭାବରେ ନେବା ଉଚିତ ନୁହେଁ l ମେଣ୍ଟାଲ ଡିଟକ୍ସ ଅର୍ଥ ମସ୍ତିଷ୍କ ରୁ ନକାରାତ୍ମକ ବିଚାର କୁ ସମ୍ପୂର୍ଣ ଭାବରେ ବାହାର କରିଦେବା l ଏହା ଗୋଟିଏ ଏଭଳି ପ୍ରକ୍ରିୟା ଯାହାଦ୍ୱାରା ମାନସିକ ଉତେଜନା, ଚିନ୍ତା ଓ ଅବସାଦ ଦୂର ହୋଇଥାଏ l
ମୁଡ଼ ସୁଇଙ୍ଗ , ବାରମ୍ବାର ନକାରାତ୍ମକ ଭାବନା ମନରେ ଆସିବା, ଲୋକ ଙ୍କ ସହିତ ମିଶିବା ରେ ଅସୁବିଧାର ସମୁଖୀନ ହେବା, ପ୍ରତ୍ୟେକ ସମୟରେ ଥକା ଲାଗିବା ମେଣ୍ଟାଲ ହେଲଥ ବିଗିଡ଼ିବାର କାରଣ ଅଟେ l କିନ୍ତୁ ଏହାକୁ ଡିଟକ୍ସ କରିବା ମଧ୍ୟ ଜରୁରୀ l
– ମେଣ୍ଟାଲ ଡିଟକ୍ସ କରିବା ପାଇଁ ପ୍ରକୃତି ମଧ୍ୟରେ ସମୟ ବିତାଇବା ଜରୁରୀ l ଏବଂ ନିଜର ପସନ୍ଦ ଯୋଗ୍ୟ କାମ କରିବା ଆବଶ୍ୟକ l ସ୍ୱାସ୍ଥ୍ୟକର ଓ ପୁଷ୍ଟି କର ଭୋଜ କରିବା ମଧ୍ୟ ଆବଶ୍ୟକ l ଯେବେବି ମନ ଓ ମସ୍ତିଷ୍କ ଅଶାନ୍ତ ଲାଗିବ କିଛି ସମୟ ପାଇଁ ଶୋଇ ପଡିବା ଜରୁରୀ l
– ମେଣ୍ଟାଲ ଡିଟକ୍ସ ପାଇଁ ଯୋଗାସନ ଓ ମେଡ଼ିଟେସନ ହେଉଛି ଗୋଟିଏ ଭଲ ମାଧ୍ୟମ l ସେଥିପାଇଁ ନିୟମିତ କିଛି ସମୟ ପାଇଁ ନିଜକୁ ମାନସିକ ସ୍ତର ରେ ସୁସ୍ଥ ରଖିବା ପାଇଁ ଓ ମସ୍ତିଷ୍କ କୁ ଶାନ୍ତ କରିବା ପାଇଁ ଏକାଗ୍ରତା ର ଆବଶ୍ୟକତା ରହିଛି l ତେଣୁ ମେଣ୍ଟାଲ ଡିଟେକ୍ସ ଯୋଗାସନ କିମ୍ବା ମେଡ଼ିଟେସନ ମାଧ୍ୟମ ରେ କରିପାରିବେ l
– ମେଣ୍ଟାଲ ଡିଟକ୍ସ ପାଇଁ ସଂଗୀତ ମଧ୍ୟ ଗୋଟିଏ ଭଲ ମାଧ୍ୟମ ଅଟେ l ତେଣୁ ଯଦି ଆପଣ ସଂଗୀତ ସହିତ ରୁଚି ରଖିଛନ୍ତି ତେବେ ପ୍ରତିଦିନ ସଂଗୀତ ଶୁଣନ୍ତୁ l ଏବଂ ଅନ୍ୟ କିଛି ମନୋରଞ୍ଜନ କାର୍ଯ୍ୟ ଯେପରିକି ପେଣ୍ଟିଙ୍ଗ ଇତ୍ୟାଦି ରେ ନିଜକୁ ବ୍ୟସ୍ତ ରଖନ୍ତୁ l
– କିଛି ବ୍ୟକ୍ତି ଥାଆନ୍ତି ଯିଏକି ମନକୁ କଷ୍ଟ ଦେଇଥିବା କଥାଟି ଦିନ ଦିନ ଧରି ଭାବି ଚାଲନ୍ତି ଏବଂ ନିଜ ମନକୁ ଅଶାନ୍ତ କରି ରଖି ଥାଆନ୍ତି l ଏହା ଠିକ ଲକ୍ଷଣ ନୁହନ୍ତି l ତେଣୁକରି ନିଜ ମନକୁ ଠିକ ରଖିବା ପାଇଁ ଓ ନିଜକୁ ମେଣ୍ଟାଲ ଡିଟକ୍ସ କରିବା ପାଇଁ କେଉଁ ସ୍ଥାନକୁ ବୁଲି ଯାଆନ୍ତୁ, ଯାହା ଆପଣଙ୍କୁ ଖୁସି ଦେବ ଓ ମାନସିକ ସ୍ଥିତି ମଧ୍ୟ ଠିକ ରହିବ l
