Odisha news

ପବିତ୍ର ହୋଇ ମଧ୍ୟ ଅଭିଶପ୍ତ ପୁଷ୍କର

0

ପୁଷ୍କରକୁ ଏମିତିରେ ସମସ୍ତେ ଗୋଟିଏ ପୁଣ୍ୟ ସ୍ଥାନ ଭାବରେ ଜାଣିଛନ୍ତି l କେବଳ ଭାରତ ନୁହେଁ ସାରା ବିଶ୍ୱରେ ପୁଷ୍କର ଗୋଟିଏ ପବିତ୍ର ସ୍ଥାନ ଭାବରେ ପ୍ରସିଦ୍ଧ l କିନ୍ତୁ ଏହି ସ୍ଥାନଟି ଗୋଟିଏ ଅଭିଶାପ ଗ୍ରସ୍ତ ସ୍ଥାନ ବୋଲି ହୁଏତ କେହି ଜାଣିନଥିବେ l ତଥାପି ପ୍ରତ୍ୟକ ବର୍ଷ ଏଠାରେ କାର୍ତିକ ମାସରେ ହଜାର ହଜାର ଲୋକ ପୁଷ୍କର ମେଳା ପାଇଁ ଏକତ୍ରିତ ହୋଇଥାନ୍ତି l କାର୍ତିକ ଏକାଦଶୀ ଠାରୁ କାର୍ତିକ ପୂର୍ଣମୀ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହୋଇଥାଏ l ଏହା ଏକ ପବିତ୍ର ସ୍ଥଳ ହେଲେ ମଧ୍ୟ ଭଗବାନ ବ୍ରହ୍ମାଙ୍କ ପାଇଁ ଅଭିଶପ୍ତ ସ୍ଥାନ ବୋଲି ପୁରାଣରେ ବର୍ଣ୍ଣିତ ଅଛି l

ପୁଷ୍କର ରାଜସ୍ଥାନରେ ଅବସ୍ତିତ l ଯେଉଁଠାକୁ ଦୁନିଆର ସମସ୍ଥ ସ୍ଥାନରୁ ଲୋକମାନେ ସ୍ନାନ କରିବାକୁ ଆସିଥାନ୍ତି l ଏଠାରେ ବ୍ରହ୍ମାଙ୍କର ଗୋଟିଏ ସୁନ୍ଦର ମନ୍ଦିର ପୁଷ୍କର ହ୍ରଦ ନିକଟରେ ଅଛି l ଏତିହାସିକ ମାନଙ୍କ ମତରେ ମନ୍ଦିରଟି ୧୪ ଦଶକରେ ନିର୍ମିତ ହୋଇଥିଲା l କିନ୍ତୁ ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରଟ ୨000 ବର୍ଷ ପୁରୁଣା ଅଟେ l କିନ୍ତୁ ପୁଷ୍କର ସହର ୭000 ବର୍ଷ ତଳର l ଏଠାରେ ଥିବା ବ୍ରହ୍ମାଙ୍କ ମନ୍ଦିରର ଉପରି ଭାଗ ଲାଲ ରଙ୍ଗର l ଏହି ମନ୍ଦିରର କେନ୍ଦ୍ର ସ୍ଥଳରେ ବ୍ରହ୍ମାଙ୍କ ସହିତ ତାଙ୍କର ଦୁତୀୟ ପତ୍ନୀ ଗାୟତ୍ରୀ ବିରାଜମାନ କରିଛନ୍ତି l ଏହି ମନ୍ଦିରଟି ଏଠାକାର ସ୍ଥାନୀୟ ଗୁଜର ସଂପ୍ରଦାୟର ଲୋକମାନଙ୍କ ପାଇଁ ଖୁବ ଆଦୃତ l ଏହି ମନ୍ଦିରରେ ପୂଜା କରୁଥିବା ପୁରହିତ ମାନେ ମଧ୍ୟ ଗୁଜରା ସଂପ୍ରଦାୟର ଅଟନ୍ତି l ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବ୍ରହ୍ମlଙ୍କର ଦୁତୀୟ ପତ୍ନୀ ମଧ୍ୟ ଗୁଜର ଥିଲେ l

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ “ପୃଥିବୀ ଉପରେ ବଜ୍ରନାସ ନାମକ ରାକ୍ଷସ ପ୍ରବଳ ଉତ୍ପାତ କରୁଥିଲା l ଯେତେବେଳେ ବ୍ରହ୍ମା ସେହି ରାକ୍ଷସକୁ ବଧ କଲେ ତାଙ୍କ ହାତରୁ ପୃଥିବୀ ପୃଷ୍ଠରେ ୩ଟି ଫୁଲ ପଡିଥିଲା l ଏହି ୩ଟି ଫୁଲ ଯେଉଁ ସ୍ଥାନରେ ପଡିଥିଲା ସେଠାରେ ୩ଟି ହ୍ରଦର ସୃଷ୍ଟି ହେଲା l ସେହି ୩ଟି ହ୍ରଦର ନାମ ହେଲା -ଜେଷ୍ଠ ପୁଷ୍କର ,ମଧ୍ୟମ ପୁଷ୍କର ଓ କନିଷ୍ଠ ପୁଷ୍କର l ପୁଷ୍ପରୁ ବାହାରିଥିବା ହେତୁ ୩ଟି ପୁଷ୍କରିଣୀର ନାମ ପୁଷ୍କର ହୋଇଗଲା l ଏହି ସମୟରେ ବ୍ରହ୍ମl ଏଠାରେ ଏକ ଯଜ୍ଞ କରିବାକୁ ଚାହିଁଲେ l ପୁରୋହିତ ମାନେ କହିଲେ ଯେ ଯଜ୍ଞରେ ବ୍ରହ୍ମାଙ୍କ ସହିତ ତାଙ୍କ ପତ୍ନୀ ସରସ୍ବତୀ ଉପସ୍ଥିତ ରହିବେ l କିନ୍ତୁ ସେହି ସମୟରେ ସରସ୍ବତୀ ଧ୍ୟାନରତ ଥିବା ହେତୁ ମିଳିଲେ ନାହିଁ l ତେଣୁ ବ୍ରହ୍ମା ଗୁଜର ସମୁଦାୟର (ଗାୟତ୍ରୀ) ନାମକ କନ୍ୟାକୁ ବିଭାହ କଲେ ଓ ଯଜ୍ଞକର୍ଯ୍ୟ ପୂର୍ଣ୍ଣ କଲେ l ଏହି ସମୟରେ ସରସ୍ବତୀ ଆସି ସେଠାରେ ପହଞ୍ଚି ଗଲେ ,ବ୍ରହ୍ମାଙ୍କ ପାର୍ଶ୍ୱରେ ଅନ୍ୟଜଣେ କନ୍ୟାକୁ ଦେଖି କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ ଦେବତା ହୋଇଥିବା ସତ୍ୱେ ମଧ୍ୟ ତୁମେ କଦାପି ପୂଜା ପାଇବ ନାହିଁ l ତା ପରେ ବ୍ରହ୍ମାଙ୍କ ପାଖରୁ ସମସ୍ତ ଘଟଣା ଶୁଣି ଅଭିଶାପର ମାତ୍ର କମାଇବାକୁ ଯାଇ ବରଦାନ ଦେଇଥିଲେ ଯେ ଏହି ବିଶ୍ୱରେ କୋଉଠିବି ପୂଜା ନପାଇଲେ ମଧ୍ୟ ପୁଷ୍କରରେ ସର୍ବଦା ପୂଜା ପାଇବ l ସେହିଦିନ ଠାରୁ ପୁଷ୍କରରେ ବ୍ରହ୍ମାଙ୍କୁ ପୂଜା କରାଯାଏ କିନ୍ତୁ ସାରା ବିଶ୍ୱରେ ବ୍ରହ୍ମଙ୍କର ମନ୍ଦିର ଆଉ କେଉଁଠାରେ ମଧ୍ୟ ନାହିଁ l ”

ଏବେ ମଧ୍ୟ ପୁଷ୍କରରେ ବ୍ରହ୍ମାଙ୍କ ମନ୍ଦିରକୁ ଗୁଜର ସମୁଦାୟର ଲୋକ ମାନେ ଦେଖା ଚାହଁl କରନ୍ତି l

Leave A Reply