ନୂଆଦିଲ୍ଲୀ :ନିଜର ବୟାନକୁ ନେଇ ସବୁବେଳେ ଚର୍ଚାରେ ରହୁଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଭାରତ ବିରୁଦ୍ଧରେ ପରମାଣୁ ବୋମାର ବ୍ୟବହାର କରିବା ପାଇଁ ଧମକ ଦେଇଛନ୍ତି l ଶେଖ ରସିଦ କହିଛନ୍ତି ଯେ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ,ଯାହା ଆସାମ ପର୍ଯ୍ୟନ୍ତ ଯାଇ ପାରିବ l ଆହୁରି ମଧ୍ୟ କହିଛନ୍ତି ଏହି ପରମାଣୁ ହମଲାରେ ମୁସଲମାନ ମାନଙ୍କର କୌଣସି କ୍ଷତି ହେବ ନାହିଁ l ମିଳିଥିବା ସୂଚନାରୁ ଜଣାପଡିଛି ଯେ ଶେଖ ରସିଦ ମତ ଦେଇଛନ୍ତି ଯେ ଯଦି ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ଶେଷ ଯୁଦ୍ଧ ହେବ l
ଇମ୍ରାନ୍ ଖାନଙ୍କ ମନ୍ତ୍ରୀ ମଣ୍ଡଳର ଏହି ମନ୍ତ୍ରୀ ସବୁବେଳେ ଭାରତ ବିପକ୍ଷରେ ବୟାନକୁ ନେଇ ଚର୍ଚାରେ ରହିଥାନ୍ତି l ତାଙ୍କର ଏହି ଧମକ ପ୍ରଥମଥର ନୁହେଁ l ଏହି ପ୍ରକାରର ଧମକ ସେ ପୂର୍ବରୁ ମଧ୍ୟ ଅନେକଥର ଦେଇ ସାରିଛନ୍ତି l ଶେଖ ରସିଦ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଯୁଦ୍ଧ ହେବ ତାହା ପରମ୍ପରା ଗତ ଭାବରେ ହେବ ନାହିଁ ,ପରମାଣୁ ଯୁଦ୍ଧ ହେବ l ଗୋଟିଏ ପ୍ରଶ୍ନର ଉତ୍ତରରେ ରସିଦ କହିଥିଲେ ବର୍ତ୍ତମାନ ଏପରି ଯୁଦ୍ଧ ହେବନାହିଁ ଯାହା ୪-୬ ଦିନ ପର୍ଯ୍ୟନ୍ତ ଟ୍ୟାଙ୍କ କିମ୍ଭା ତୋପ ଚାଲିବ ,ବର୍ତ୍ତମାନ ସିଧା ସଳଖ ପରମାଣୁ ଆକ୍ରମଣ କରାଯିବ l
ପୂର୍ବରୁ ପାକିସ୍ତାନ ରେଳମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ପାଖରେ ୫୦ ଗ୍ରାମ ଓ ୨୫୦ ଗ୍ରାମର ପରମାଣୁ ବୋମା ମଧ୍ୟ ରହିଛି l ଯାହାକୁ କୌଣସି ନିର୍ଦ୍ଧିଷ୍ଟ ଟାର୍ଗେଟ ଉପରେ ପକାଯାଇ ଆକ୍ରମଣ କରାଯାଇ ପାରିବ l ଶେଖ ରସିଦଙ୍କର ବୟାନ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଥାଏ l ସେ ଏହିପରି ବୟାନ ଦେଇ ନିଜର ଅପମାନ ସବୁବେଳେ କରାଇଥାନ୍ତି l ନିକଟରେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ବୟାନ ଦେଇଥିଲେ l ସେ କହିଥିଲେ ଭାରତ ବର୍ତ୍ତମାନ ଆଉ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇ ନାହିଁ ,ଖାଲି ଗୋଟିଏ ଧର୍ମର ଦେଶ ହୋଇ ରହି ଯାଇଛି l ତାଙ୍କର ଏହି ବୟାନକୁ ନେଇ ଭାରତର ବିଦେଶ ମନ୍ତ୍ରଣାଳୟ କଡା ଜବାବ ଦେଇ କହିଥିଲା ଯେଉଁ ଦେଶର ଫଇସଲା ଆତଙ୍କବାଦୀ କରିଥାନ୍ତି ସେହି ଦେଶ ଏପରି ଧାର୍ମିକ ଭାବନାକୁ ନେଇ କିପରି ମତ ଦେଉଛି l