ନୂଆଦିଲ୍ଲୀ :୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ହାଜତରେ ବନ୍ଦ ଥିବା SDM ପିଙ୍କି ମିଣା ଫେବୁଆରୀ ୧୬ ତାରିଖ ଦିନ ଜଣେ ଜଜଙ୍କୁ ବିବାହ କରିବାକୁ ଯାଉଛନ୍ତି l ରାଜସ୍ଥାନ ଉଚ ନ୍ୟାୟାଳୟର ଜୟପୁର ବେଞ୍ଚର ଜଷ୍ଟିସ ଇନ୍ଦ୍ରଜିତ ସିଂହ ତାଙ୍କୁ ୧୦ ଦିନର ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି l ଦୋସାରେ ଜାତୀୟ ରାଜପଥ କରୁଥିବା କମ୍ପନିରୁ ପଇସା ନେଇଥିବା ଆରୋପରେ ପିଙ୍କି ୨୯ ଦିନ ପର୍ଯ୍ୟନ୍ତ ଜୟପୁରର ଘାଟ ଗେଟ୍ ଜେଲ୍ ରେ ବନ୍ଦ ଥିଲେ , ବୁଧବାର ଦିନ ତାଙ୍କୁ ରିହା କରାଯାଇଛି l
ପିଙ୍କି ଜୟପୁର ଜିଲ୍ଲାର ଚିଥବାଡ଼ି ଗ୍ରାମର ଅଟନ୍ତି ,ତାଙ୍କ ପିତା ଜଣେ ଚାଷୀ ଅଟନ୍ତି l ସେ ଗୋଟିଏ ଥରରେ IAS ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ,କିନ୍ତୁ ୨୧ ବର୍ଷ ନହୋଇଥିବା କାରଣରୁ ସେ ଇଣ୍ଟରଭିୟୁ ଦେଇ ପାରିଲେ ନାହିଁ l ପିଙ୍କିଙ୍କ ବିବାହ ସାରିବା ପରେ ସେ ଫେବୁଆରୀ ୨୧ ତାରିଖ ଦିନ ସରେଣ୍ଡର କରିବେ l ପିଙ୍କି ମିଣା ଜଣେ ଜଜଙ୍କୁ ବିବାହ କରୁଛନ୍ତି l ସେ ଆଉଜଣେ ତାଙ୍କ ସାଥି SDM ଙ୍କ ସହିତ ମିଶି ଉକ୍ତ କମ୍ପାନୀ ପାଖରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି l
Comments are closed.