ନୂଆଦିଲ୍ଲୀ : ଚୀନର ପ୍ରସିଦ୍ଧ ଭିଡିଓ ସେୟାରିଂ ଆପ ହେଉଛି ଟିକଟକ ,ଯାହାକୁ ଭାରତରେ ବ୍ୟାନ କରାଯାଇଛିନ l କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହାର ବ୍ୟବହାର ଖୁବ ଅଧିକ ଚାଲିଛି ,ଯାହାର ପରିଣାମ ସ୍ୱରୂପ ସେଠାକାର ଲୋକେ ପାଗଳାମି କଲା ଭଳି ଭିଡିଓ ସେୟାର କରୁଛନ୍ତି l ପାକିସ୍ତାନର ମିଡ଼ିଆ ରିପୋର୍ଟ ଅନୁସାରେ ,ସେଠାକାର ପ୍ରସିଦ୍ଧ ଟିକଟକର ଆଦିଲ ରାଜପୁତଙ୍କ ପତ୍ନୀ ନିଜ ଆପରେ ପ୍ରଶଂସକଙ୍କ ସଂଖ୍ୟା ବଢାଇବା ପାଇଁ ସ୍ୱାମୀଙ୍କ ମୃତ୍ୟୁର ମିଛ ଭିଡିଓ ତିଆରି କରି ଟିକଟକରେ ସେୟାର କରିଥିଲେ l ପାକିସ୍ତାନର ରହିମ ୟାର ଖାନ ସହର ସ୍ଥିତ ରସିଦା ଵାଦ ଅଂଚଳରେ ରହୁଥିବା ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଟିକଟକ ଆକାଉଣ୍ଡରେ ତାଙ୍କର ମୃତ୍ୟୁ ଭିଡିଓ ଅପଲୋଡ଼ କରିଥିଲେ l

ଭିଡିଓ ଟିରେ ଦେଖା ଯାଇଥିଲା ଯେ ମହିଳା ଜଣଙ୍କ କାନ୍ଦିକାନ୍ଦି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ଭିଡିଓରେ ସେୟାର କରୁଛନ୍ତି ଓ କହିଛନ୍ତି ଯେ ମୋ ସ୍ୱାମୀଙ୍କର ଗୋଟିଏ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି l ଭିଡ଼ିଓଟି ଅପଲୋଡ଼ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା l ଦେଖୁଦେଖୁ ମହିଳାଙ୍କ ଘର ବାହାରେ ଲୋକଙ୍କ ଭିଡ ଜମିବାରେ ଲାଗିଲା l ଲୋକମାନେ ତାଙ୍କର ପ୍ରିୟ ଟିକଟକରକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସୁଥିଲେ l ଆଶ୍ଚର୍ଯ୍ୟର ଘଟଣା ସେତେବେ ଘଟିଲା ଯେତେବେଳେ ଘର ନିକଟ ମସ୍ଜିଦରୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ଘୋଷଣା କରାଯାଇଥିଲା l

ପ୍ରଶଂସକ ମାନଙ୍କୁ ଯେତେବେଳେ ଜଣ ପଡିଲା ଆଦିଲଙ୍କର ମୃତ୍ୟୁ ଖବର ମିଥ୍ୟା ଅଟେ ସେତେବେଳେ ସେମାନେ କ୍ରୋଧରେ କମ୍ପିବାକୁ ଲାଗିଲେ l ତାପରେ ଲୋକମାନେ ଆଦିଲ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ମାନବୀୟ ଭାବନାକୁ ଆଘାତ ଦେଇଥିବା ଅପରାଧରେ ଉଚ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ l ଉତେଜିତ ହୋଇଥିବା ଲୋକଙ୍କୁ ଶାନ୍ତ କରିବା ପାଇଁ ଆଦିଲଙ୍କ ପତ୍ନୀ ଆଉ ଗୋଟିଏ ଭିଡିଓ କରି ଅପଲୋଡ଼ କରିଥିଲେ ଓ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ଯେ ଆଦିଲ ଠିକ ଅଛନ୍ତି l ଆଦିଲଙ୍କର ଟିକଟକ ଆକାଉଣ୍ଡରେ ୨୬ ଲକ୍ଷ ଲୋକ ଫଲୋଅରସ ଅଛନ୍ତି l

LEAVE A REPLY

Please enter your comment!
Please enter your name here