ନୁଆଦିଲ୍ଲୀ : କରୋନା ସଂକଟରେ ଆର୍ଥିକ ସହିତ ସାମାଜିକ ସ୍ତରରେ ମଧ୍ୟ ଅନେକ ପରିବର୍ତନ ଆଣିଛି l ବର୍ତ୍ତମାନ ପ୍ରାୟ ସମସ୍ତେ କାରମର୍ଦନ ବଦଳରେ ଜଣେ ଆଉ ଜଣଙ୍କୁ ହାତଯୋଡ଼ି ନମସ୍କାର କରି ଅଭିବାଦନ କରୁଛନ୍ତି l ଏହା କେବଳ ଭାରତରେ ନୁହେଁ ,ପଶ୍ଚିମ ସଭ୍ୟତାର ଦେଶ ମାନଙ୍କରରେ ମଧ୍ୟ “ନମସ୍କାର କଲଚର “ବଢ଼ିବାରେ ଲାଗିଛି l ଫ୍ରାନ୍ସର ରାଷ୍ଟ୍ରପତି ଈମାନୁଏଲ ମ୍ୟାକ୍ରୋ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ନମସ୍କାର କରି ଅଭିବାଦନ କରିଛନ୍ତି l
ଫ୍ରାନ୍ସର ରାଷ୍ଟ୍ରପତି ଈମାନୁଏଲ ମ୍ୟାକ୍ରୋ ନିଜ ଟ୍ୱିଟର ଆକାଉଣ୍ଡରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ,ଯେଉଁଥିରେ ସେ ଜର୍ମାନୀର ଚାନ୍ସେଲରଙ୍କୁ ନମସ୍କାର କରି ଅଭିବାଦନ କରୁଥିବାର ଦେଖିବାକୁ ମିଳିଛି l ଏହି ଭିଡିଓକୁ ଭାରତୀୟ ଡିପ୍ଲୋମାସି ଟ୍ୱିଟରରେ ସେୟାର କରି ଲେଖିଛନ୍ତି “ନମସ୍କାର ହେଉଛି ନୂଆ ପ୍ରକାରର ହ୍ୟାଲୋ କହିବାର ଷ୍ଟାଇଲ l “ଏହା ପୂର୍ବରୁ ମଧ୍ୟ କରୋନା ସଂକ୍ରମଣର ପ୍ରକୋପ ଦେଖି ଫ୍ରନ୍ସରେ ରାଷ୍ଟ୍ରପତି ଈମାନୁଏଲ ମ୍ୟାକ୍ରୋ ସ୍ପେନର ରାଜା ଓ ରାଣୀଙ୍କୁ ନମସ୍କାର କରି ଅଭିବାଦନ କରିଥିଲେ l ଏହି ଭିଡ଼ିଓଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା l