Odisha news

ଚିକିତ୍ସା ଅଭାବରୁ ଅକଳାରେ ଚାଲିଗଲା ମନସ୍ୱିନୀର ଜୀବନ

0

ଡେରାବିଶ ୨୫/୯- ଡେରାବିଶ ବ୍ଳକ ମୁକୁନ୍ଦପୁର ପଂଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଆଦିକନ୍ଦ ବେହେରାଙ୍କ ଝିଅ ମନସ୍ୱିନୀ (୩୦) ଙ୍କୁ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦିଆଯାଇନପାରିବାରୁ ଅକାଳରେ ତାଙ୍କର ପରଲୋକ ହୋଇଗଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗତ ବୁଧବାର ରାତିରେ ମନସ୍ୱିନୀ ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକର ବିଭିନ୍ନ ବେସରକାରୀ ହସପିଟାଲ୍ ନେବାରେ ସମସ୍ତେ କରୋନା ଚିକିତ୍ସାରେ ଥିବାରୁ ମେଡ଼ିକାଲ୍ରେ ଆଡ଼ମିଶନ ନକରି ଫେରାଇ ଦେଇଥିଲେ ।

ଶେଷରେ କଟକ ବଡ଼ମେଡ଼ିକାଲ୍ର କାଜୁଆଲିଟିରେ ଦେଖି ଡାକ୍ତର ଦୁଇଟି ଇଞ୍ଜେକ୍ସନ୍ ଦେଇ ବିଦା କରିଦେଇଥିଲେ । ଘରେ ପହଂଚିଲା ବେଳକୁବି ତାର ପେଟର ଯନ୍ତ୍ରଣା କମିନଥିଲା । ବାଧ୍ୟ ହୋଇ ପୁଣି କଟକ ନେଇ ବିଭିନ୍ନ ହସପିଟାଲ୍ରେ ବୁଲିବା ପରେ କଟକର ଏକ ଘରୋଇ ହସପିଟାଲ୍ରେ ଭର୍ତି କରି ବିଭିନ୍ନ ପ୍ରକାର ପାଥୋଲୋଜିକାଲ୍ ଟେଷ୍ଟ ଓ ଅଲଟ୍ରାସାଉଣ୍ଡ କରାଇଥିଲେ । ସେତେବେଳକୁ ମନସ୍ୱିନୀ ଅଧିକ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ତେବେ ସଠିକ୍ ଚିକିତ୍ସା ହେବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଆଜି ଗ୍ରାମଶ୍ମଶାନରେ ଏକ ଶୋକାକୂଳ ପରିବେଶରେ ମନସ୍ୱିନୀର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Nalco
Leave A Reply