Odisha news

ବସପୁର, ଚାନେ୍ଦାଳ ଓ ଦାନପୁରରେ ଆଂଟିଜେନ୍ ଟେଷ୍ଟ ଶିବିର

0

ଡେରାବିଶ ୧୯/୯ – ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ବ୍ୟାପକ ଭାବେ କରୋନା ଆଂଟିଜେନ୍ ଟେଷ୍ଟ କରାଯାଉଛି । ଆଜି ଏହି କ୍ରମରେ ଚାନେ୍ଦାଳ ପଂଚାୟତ କାର୍ଯ୍ୟାଳୟ ଓ ନୂଆପଡ଼ା ବିଦ୍ୟାଳୟରେ ମୋଟ ୪୬୦ ଜଣଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଛି ।

ସେହିପରି ଗତକାଲି ବସପୁର ପଂଚାୟତରେ ୪୦୦ ଜଣ ବ୍ୟକ୍ତିଙ୍କର ଆଂଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ କରୋନା ପଜେଟିଭ୍ ଥିବା ଜଣାପଡ଼ିଥିଲା । ସେହିପରି ଗୁରୁବାର ଦିନ ଦାନପୁର ପଂଚାୟତରେ ୩୪୫ ଜଣଙ୍କ ବ୍ୟକ୍ତିଙ୍କର ଆଂଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ କରୋନା ପଜେଟିଭ୍ ବାହାରିଥିଲା । ସମସ୍ତ ପଜେଟିଭ୍ ମାନଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଥିବା ଜଣାଯାଇଛି ।

Nalco
Leave A Reply