Odisha news

ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡ଼ି, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

0

ଡେରାବିଶ ୧୮/୯ – ଡେରାବିଶ ବ୍ଳକ ମୁକୁନ୍ଦପୁର ପଂଚାୟତ ଅନ୍ତର୍ଗତ ଶ୍ରୀଧୁରପୁର ଗ୍ରାମର ପ୍ରେମଲତା ସାହୁଙ୍କ ଘରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ତାଙ୍କର ରୋଷେଇଘର ସମେତ ୩ ବଖରା ଘର ପୋଡ଼ି ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି । ଘଟଣାରୁ ପ୍ରକାଶ ଆଜି ଅପରାହ୍ନରେ ହଠାତ୍ ଶ୍ରୀମତୀ ସାହୁଙ୍କ ଚାଳଛପର ଘରଟି ଜଳି ଉଠିଥିଲା ।

ନିଆଁ କେଉଁଠୁ ଓ କେମିତି ଲାଗିଲା ଜାଣିବା ପୂର୍ବରୁ ନିଆଁ ସମଗ୍ର ଘରକୁ ଗ୍ରାସ କରିଥିଲା । ନିଶ୍ଚିନ୍ତକୋଇଲି ଅଗ୍ନିଶମ ସେବା ଗାଡ଼ିକୁ ଫୋନ୍ କରି ଗ୍ରାମରୁ ଯୁବକମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।

ଫଳରେ ଘରେ ଥିବା ବର୍ଷକର ଧାନ ଚାଉଳ ସମସ୍ତ ଆସବବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ସୂଚନା ଯୋଗ୍ୟ ଶ୍ରୀମତୀ ସାହୁ ତାଙ୍କ ଘରେ ଏକ ଛୋଟ ଗ୍ରୋସରୀ ଦୋକାନ କରିଥିବା ବେଳେ ଏହାର ମାଲପତ୍ର ମଧ୍ୟ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟହୋଇଯାଇଛି । ପରେ ଅଗ୍ନିଶମବାହିନୀଆସି ନିଆଁକୁ ଲିଭାଇଥିଲେ । ସ୍ଥାନୀୟ ସରପଂଚ ଯୋଗାନନ୍ଦ ମହାନ୍ତି ଘଟଣା ସ୍ଥଳରେ ପହଂଚି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବି କରିଛନ୍ତି ।

Nalco
Leave A Reply