Odisha news

ମନରେଗା ଯୋଜନାରେ ୪ଗୋଟି ପ୍ରକଳ୍ପ କାର୍ଯ୍ୟ : ଦୈନିକ ୨୦୦ରୁ ଉଦ୍ଧ୍ୱର୍ ଶ୍ରମଦିବସ ସୃଷ୍ଟିହୋଇଛି ରତାଦିଆ ପଂଚାୟତରେ

0

ଡେରାବିଶ,: ମହାମାରୀ କରୋନା ପାଇଁ ଦୀର୍ଘ ତିନିମାସ ହେବ ଲକ୍ଡାଉନ୍ ଓ ସଟ୍ ଡାଉନ୍ ଫଳରେ ଶ୍ରମଜୀବୀମାନେ ଜୀବିକା ହରାଇ ବସିଛନ୍ତି । ଏଥିସହିତ ବାହାର ରାଜ୍ୟରୁ ମଧ୍ୟ ହଜାର ହଜାର ଶ୍ରମିକ ନିଜ ନିଜ ଗ୍ରାମକୁ ଫେରିଆସିଛନ୍ତି । ଭୋକ ଓପାସରେ କାଳାତିପାତ କରୁଥିବା ଶ୍ରମିକମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରାହା ଯୋଗାଇଛି ।

ଏଥିପାଇଁ ଡେରାବିଶ ବ୍ଳକ ରତାଦିଆ ପଂଚାୟତରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରପଂଚ ଗୀତାଞ୍ଜଳି ସେଠୀ ୪ଟି ପ୍ରକଳ୍ପ ମାଧ୍ୟମରେ ଦୈନିକ ୨୦୦ରୁ ଉଦ୍ଧ୍ୱର୍ ଶ୍ରମଦିବସ ସୃଷ୍ଟି କରିଛନ୍ତି ।

ଏଥିମଧ୍ୟରୁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲକ୍ଷ୍ମଣ ଟୁଡ଼ୁ ଘରଠାରୁ ଖମୋଳଛକ ପର୍ଯ୍ୟନ୍ତ, କାଦୁଆ ଆଚାର୍ଯ୍ୟ ସାହି ଠାରୁ କେନାଲ୍ ବନ୍ଧ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲୁରହିଛି । ସେହିପରି କଂଟାଣିଆ ଠାରେ ବନୀକରଣ ଓ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁରହିଥିବା ବେଳେ ଖୁବ୍ ଶିଘ୍ର ପାର୍କ କାର୍ଯ୍ୟ ମଧ୍ୟ ଆରମ୍ଭହେବ ବୋଲି ସରପଂଚ ଗୀତାଞ୍ଜୀ ଓ ପୂର୍ବତନ ସରପଂଚ ଅମୀୟ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.