ଡେରାବିଶ : ଡେରାବିଶ ବ୍ଳକ ଯଅଁରାବାରିମୂଳ ପଂଚାୟତର ତିନୋଟି ସ୍ଥାନରେ ଆଜି ୫୧୧ ଜଣଙ୍କା ଆଂଟିଜେନ୍ ଟେଷ୍ଟ କରାଯାଇଛି । ଏହି ପଂଚାୟତର ଯଅଁରାବାରିମୂଳ ଗ୍ରାମରେ ୨୮୧ ଜଣ, ଅର୍ତାମୂଳରେ ୨୦୦ ଜଣ ଓ ତେରମା ଗ୍ରାମରେ ୩୦ ଜଣଙ୍କର ଆଂଟିଜେନ୍ ଟେଷ୍ଟ କରାଯାଇଥିଲା ।
ଏହି ଶିବରକୁ କେନ୍ଦ୍ରାପଡ଼ାରୁ ଆସିଥିବା ସ୍ୱତନ୍ତ୍ର ଟେକ୍ନିସିଆନ୍ ଟିମ୍ ଲୋକମାନଙ୍କର ପରୀକ୍ଷା କରିଥିବା ବେଳେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ସହଯୋଗ କରିଥିଲେ । ଡେରାବିଶ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଅତିରିକ୍ତ ବିଡ଼ିଓ ଭଞ୍ଜ କିଶୋର ନାୟକ, ସରପଂଚ କବିତା ରାଉତ, ସମାଜସେବୀ ରଜତ ବଳ ପ୍ରମୁଖ ଉପସ୍ଥିତ ରହି ଟେଷ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିଲେ
