ଡେରାବିଶ : ଚଳିତ ଲଘୁଚାପ ବର୍ଷାରେ କଚ୍ଚାଘରେ ରହୁଥିବା ଦାନପୁର ପଂଚାୟତ ଅନ୍ତର୍ଗତ କେଶରପୁର ଗ୍ରାମର ଦୁର୍ଗା ପ୍ରସାଦ ରଥ ଏବଂ ଇନ୍ଦାଳୋ ପଂଚାୟତ ଅନ୍ତର୍ଗତ ନାନକାର ଗ୍ରାମର ଖଗେଶ୍ୱର ସାମଲଙ୍କ ପରିବାର ସମ୍ପୂର୍ଣ୍ଣ ବାସହରା ହୋଇପଡ଼ିଛନ୍ତି । ସରକାାରୀଙ୍କ ନିୟମାନୁଯାୟୀ ଗ୍ରାମସଭା ଓ ପଲ୍ଲୀସଭାରେ ସରକାରଙ୍କ ଜନହିତକର ଯୋଜନାର ହିତାଧିକାରୀ ଚୟନ କରାଯାଇ ଅଗ୍ରାଧିକାର ଭିତିରେ ଯୋଜନାର ସୁବିଧା ଯୋଗାଇ ଦିଆଯିବ । କିନ୍ତୁ ରାଜନୈତିକ ଆକ୍ରୋଶର ଶିକାରହୋଇ ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଯୋଜନା ଠାରୁ ବହୁ ଦୂରରେ ରହିଯାଉଛନ୍ତି ।
କ୍ରମାଗତ ତିନିତିନିଥରର ଲଗାଣ ବର୍ଷାରେ ଝାଟିମାଟି ଘରେ ରହୁଥିବା ଡେରାବିଶ ବ୍ଳକ ଦାନପୁର ପଂଚାୟତ କେଶରପୁର ଗ୍ରାମର ଦୁର୍ଗା ପ୍ରସାଦ ଓ ଇନ୍ଦାଳୋ ପଂଚାୟତ ନାନକାର ଗ୍ରାମର ଖଗେଶ୍ୱର ସାମଲଙ୍କର ଘରର କାନ୍ଥ ଭୁଷୁଡ଼ି ପଡ଼ିବା ପରେ ଛପର ଆସି ମାଟିରେ ଲାଗିଯାଇଛି । ଏବେ ସେମାନେ ଆଶ୍ରା ପାଇଁ ପଡ଼ୋଶୀ ଘର ବାରଣ୍ଡାକୁ ଭରସା କରିଛନ୍ତି । ଆବାସ ଯୋଜନରେ ଅନ୍ତର୍ଭୁକ୍ତ ହେବା ପାଇଁ ସରକାରୀ ନିୟମ ଭିତରେ ଆସୁଥିବା ଉଭୟ ପରିବାର ପ୍ରତି ପ୍ରଶାସନିକ ଓ ଜନପ୍ରତିନିଧିଙ୍କ ଅବିଚାର ଏବେ ତାଙ୍କୁ ବାସହରା କରାଇଥିବା ଦୁର୍ଗାପ୍ରସାଦ ଓ ଖଗେଶ୍ୱର ଅଭିଯୋଗ କରିଛନ୍ତି ।
