Odisha news

ଚାଷଜମିରୁ ବର୍ଷା ଜଳ ନିଷ୍କାସନରେ ବାଧକ (ଆର.ଆଣ୍ଡ.ବି) ବିଭାଗ

0

ଡେରାବିଶ : ଚାଷଜମିରେ ସାଧାରଣତଃ ଜଳସେଚନ ଓ ନିଷ୍କାସନ ନିମନ୍ତେ ସାରକାରଙ୍କ ଜଳସେଚନ ଓ ଡ୍ରେନେଜ୍ ବିଭାଗ କାମ କରିଥାନ୍ତି । କିନ୍ତୁ ଡେରାବିଶ ବ୍ଲକ ଦାନପୁର ପଂଚାୟତର କେଶରପୁର ଓ ଦକ୍ଷବ୍ରହ୍ମପୁର ଗ୍ରାମର ୨ଟି ଚକରୁ ଉଦ୍ବୃତ ବର୍ଷାଜଳ ନିଷ୍କାସନର ବାଟ ବନ୍ଦ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଆରଆଣ୍ଡବି ବିଭାଗବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

କେଶରପୁର ଓ ଦକ୍ଷବ୍ରହ୍ମପୁରର ଚାଷଜମି ମଧ୍ୟ ଦେଇ ଚାନେ୍ଦାଳ – ଦାନପୁର ରାସ୍ତା ଯାଇଥିବା ବେଳେ ରାସ୍ତାଟି ଆରଆଣ୍ଡବି ବିଭାଗ ଅଧୀନରେ ରହିଅଛି । ଏହି ରାସ୍ତା ଦେଇ ଲୁଣାନଦୀର ବିଭିନ୍ନ ବାଲିଘାଟରୁ ବାଲି ପରିବହନ ହେବା ସହ ଡେରାବିଶ ଓ ଗରଦପୁର ବ୍ଳକର ଅଧିକାଂଶ ପଂଚାୟତବାସୀଙ୍କ ଗମନାଗମନ ପାଇଁ ବ୍ୟବହୃତ ହୋଇଥାଏ ।

ହେଲେ ଏହି ରାସ୍ତାକୁ ୧୨ ନଂ କୋନାଲ୍ର ଶାଖା ନାଳଟି କେଶରପୁର ଗ୍ରାମ ନିକଟରେ ଅତିକ୍ରମ କରିଥିବା ସ୍ଥାନରେ ବସିଥିବା ଶୋଠ ବାଲିପରିବହନରେ ଯାତାୟତ କରୁଥିବା ଭାରିଯାନ ଯୋଗୁ ୪ ବର୍ଷ ହେବ ଦବିଯାଇଛି । ଏହା ସହିତ ଦୋହଳୀ ହାଇସ୍କୁଲ ନିକଟରେ ଦକ୍ଷବ୍ରହ୍ମପୁର ଚକରୁ ଜଳ ନିଷ୍କାସନ ପାଇଁ ବସିଥିବା ଶୋଠଟି ମଧ୍ୟ ଅନୁରୂପ ଭାବରେ ଦବିଯାଇଥିଲାା ଏହି ଚାରିବର୍ଷରେ ଏହି ରାସ୍ତା ବାଲି ପରିବହନ ପାଇଁ ୮ ଥରରୁ ଅଧିକ ଥର ନିର୍ମାଣ ଓ ମରାମତି ଆଳରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ।

କିନ୍ତୁ ଚାଷୀଙ୍କ ଅଭିଯୋଗକୁ ଅଣଦେଖା କରି ଏହି ଶୋଠ ଦୁଇଟିକୁ ବସାଯାଇନାହିଁ । ଏବେ ୧୨ ନଂ କୋନାଲ୍ର ଶାଖା ନାଳର ପାଣି ତଳମୁଣ୍ଡକୁ ନଯାଇ ଭଙ୍ଗା ଶୋଠର ଉପର ମୁଣ୍ଡରେ ପାଣି ଜମି ରହୁଥିବା ବେଳେ ଦକ୍ଷବ୍ରହ୍ମପୁର ଚକରେ ଆଣ୍ଠୁଏ ପାଣି ଜମା ହୋଇ ରହିଛି । ଏବେ ଏହି ଚକର ଚାଷୀମାନେ ଆରଆଣ୍ଡବି ବିଭାଗର ଏପରି ଅପରିଣାମ ଦର୍ଶିତା ପାଇଁ ଦୁଃଖ ଦୁର୍ଦ୍ଦଶା ଭୋଗୁଥିବାବେଳେ ଅଯଥା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି

Leave A Reply