Odisha news

ସର୍ପାଘାତରେ ବୃଦ୍ଧାଙ୍କ ମୃତୁ୍ୟ

0

ଡେରାବିଶ : ଡେରାବିଶ ବ୍ଳକ ଇନ୍ଦାଳୋ ପଂଚାୟତ ଅନ୍ତର୍ଗତ କୋଠାସାହି ଗ୍ରାମର ଜଣେ ବୃଦ୍ଧାଙ୍କ ସର୍ପାଘାତରେ ମୃତୁ୍ୟ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ କୋଠାସାହି ଗ୍ରାମର ଜଗବନ୍ଧୁ ବେହେରାଙ୍କ ବଡ଼ବୋଉ ସୁଲୋଚନା ବେହେରା (୫୮) ଗତକାଲି ନିଜର ଛପର ଘର ନିକଟରେ ଅଳିଆ ସଫା କରିବା ସମୟରେ ସର୍ପାଘାତ ହୋଇଥିଲା ।

ସେ ବଡ଼ପାଟି କରି ଡାକିବାରୁ ପରିବାର ଲୋକ ପହଂଚି ତାଙ୍କୁ ଏକ ଗାଡ଼ିଯୋଗେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ପରିବାର ପକ୍ଷରୁ ଖବର ପାଇ ସଦର ଥାନା ପୋଲିସ ସୁଲୋଚନାର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave A Reply

Your email address will not be published.