ଡେରାବିଶ, ୨୧ା୮ –ଡେରାବିଶ ବ୍ଲକର ବିଭିନ୍ନ ପଂଚାୟତରୁ ଆଜି ୮ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ଭୂବନେଶ୍ୱର ସ୍ଥିତ ସମ୍ କୋଭିଡ଼୍ ହସପିଟାଲ୍, ଜଣେ ହୋମ ଆଇସୋଲେସନ୍ ସେଂଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ଛତାସ୍ଥିତ କୋଭିଡ଼୍ ହସପିଟାଲ୍ରେ ଭର୍ତି ହୋଇଛନ୍ତି । କରୋନା ଯୋଦ୍ଧା ଜଣେ ଡାକ୍ତର ଯାହାଙ୍କର ଘର ଡେରାବିଶ ବ୍ଳକ ଗୁଆଳସିଂହ ପଂଚାୟତରେ ଏବଂ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟରତ ଥାଇ ତାଙ୍କର ସ୍ୱାବ୍ ଟେଷ୍ଟରେ କରୋନା ପଜେଟିଭ୍ ଆସିବାରୁ ତାଙ୍କୁ ଭୂବନେଶ୍ୱର ସ୍ଥିତ କୋଭିଡ଼୍ ହସ୍ପିଟାଲ୍ରେ ଭର୍ତି କରାଯାଇଛି ।
ସେହିପରି କୁଶିଆପାଳ ପଂଚାୟତର ୧୧ ନଂ ୱାର୍ଡ଼ରେ ଭଡ଼ାଘରେ ରହୁଥିବା ଡେରାବିଶ ବ୍ଳକର ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ଓ ସେହି ୱାର୍ଡ଼ର ଜନୈକ ଟାଟାମ୍ୟାଜିକ୍ ଗାଡ଼ିର ଚାଳକଙ୍କ କରୋନା ପଜେଟିଭ୍ ଆସିବା ପରେ ସେହି ୱାର୍ଡ଼ଟିକୁ କଂଟେନ୍ମେଂଟ୍ ଜୋନ୍ ଘୋଷଣା କରାଯାଇ ଗ୍ରାମର ପ୍ରବେଶପଥକୁ ସିଲ୍କରିଦିଆଯାଇଛି । । ମହିଳା ଯନ୍ତ୍ରୀ ଗତ ୧୬ ତାରିଖରେ ହରିଅଙ୍କ ଠାରେ ହୋଇଥିବା କରୋନା ଟେଷ୍ଟ ଶିବିରରେ ନିଜର ସ୍ୱାବ୍ ଟେଷ୍ଟ ପାଇଁ ଦେଇଥିଲେ । ଆଜି ତାଙ୍କର ପଜେଟିଭ୍ ଆସିବା ପରେ ତାଙ୍କ ଠାରେକୌଣସି ଲକ୍ଷଣ ପ୍ରକାଶ ପାଉନଥିବାରୁ ତାଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଛି ଏବଂ ଟାଟାମ୍ୟାଜିକ୍ ଚାଳକଙ୍କୁ ଛତା ସ୍ଥିତ କୋଭିଡ଼୍ ହସପିଟାଲ୍ରେ ଭର୍ତି କରାଯାଇଛି । ସେହିପରି ଏହି ବ୍ଳକ ଅନ୍ତର୍ଗତ ହରିଅଙ୍କ ପଂଚାୟତ ଅନ୍ତର୍ଗତ ହରିଅଙ୍କ ନୋଡାଲ୍ ଉପ୍ରା ବିଦ୍ୟାଳୟରେ ଖୋଲାଯାଇଥିବା କ୍ଲଷ୍ଟର ସ୍ତରୀୟ କୋଭିଡ଼୍ ସେଂଟରରୁ ଆଜି ୩ ଜଣ ଯୁବକ ଏବଂ ଇନ୍ଦାଳୋ ପଂଚାୟତର ଟିଏମ୍ସିରୁ ୨ ଜଣ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଛତା ସ୍ଥିତ କୋଭିଡ଼୍ ହସପିଟାଲ୍କୁ ପଠାଇ ଦିଆଯାଇଛି । ହରିଅଙ୍କ କୋଭିଡ଼୍ କେୟାର ସେଂଟରରେ ଗତ ୧୫ ତାରିଖରେ ମଧ୍ୟ ପ୍ରଦେଶରୁ ଆସି ରହିଥିବା ୫ ଜଣ ଯୁବକଙ୍କସ୍ୱାବ ଗତ ୧୬ ତାରିଖରେ ପରୀକ୍ଷା ହେବାକୁ ଯାଇଥିଲା । ଆଜିସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଥିଲା । ଏହି ତିନିଜଣ ଯୁବକଙ୍କ ଘର ଯଅଁରାବାରିମୂଳ ପଂଚାୟତ ଅନ୍ତର୍ଗତ ବୋଲି ଜଣାଯାଇଛି । ସେହିପରି ଇନ୍ଦାଳୋ ପଂଚାୟତର ଟିଏମ୍ସିରୁ ୨ ଜଣଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଛି ।
ଚିହ୍ନଟ ଯୁବକ ୨ ଜଣଙ୍କ ମଧ୍ୟରୁ ଦାନପୁର ପଂଚାୟତରେ ହୋଇଥିବା ଓ ସେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ଜଣଙ୍କ ଘର ଇନ୍ଦାଳୋ ପଂଚାୟତରେ ଓ ସେ ବାଙ୍ଗାଲୋରରୁ ଆସି ୧୦ ଦିନ ହେଲା ହେଲା ପଂଚାୟତ ଟିଏମ୍ସିରେ ରହିଥିଲେ । ଗତ ୧୬ ତାରିଖରେ ସେମାନଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା । ଆଜିସେ ଦୁଇଜଣଙ୍କ ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଥିଲା । ଆଜି ପୂର୍ବାହ୍ନରେ ଡେରାବିଶ ବ୍ଳକ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଂଜକିଶୋର ନାୟକ, ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ଚିତରଞ୍ଜନ ବେହେରା ଓ ପୋଲିସ୍ ଅଧିକାରୀମାନେ ପହଂଚି ଚିହ୍ନଟ ୫ ଜଣଙ୍କୁ ଛତା କୋଭିଡ଼୍ ହସପିଟାଲ୍କୁ ନେଇଯାଇଥିଲେ । ଏବେ ଡେରାବିଶ ବ୍ଳକର ମହିଳା ଯନ୍ତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ଳକ କାର୍ଯ୍ୟାଳୟର କର୍ମଚାରୀ ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯିବା ସହ ସମଗ୍ର ବ୍ଳକ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି ।