Odisha news

ସାମାଜିକ ଦୂରତା ରକ୍ଷା ନହେବାରୁ ଚାନେ୍ଦାଳ ହାଟ ବନ୍ଦ କଲା ପ୍ରଶାସନ

0

ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଅଧୀନ ଡେରାବିଶ ବ୍ଳକର ଚାନେ୍ଦାଳ ହାଟରେ ସାମାଜିକ ଦୂରତା ରକ୍ଷା ନକରି କୋଭିଡ଼୍-୧୯ ନିୟମ ଉଲଂଘନ କରୁଥିବାରୁ ପ୍ରଶାସନର ପରାମର୍ଶ କ୍ରମେ ଚାନେ୍ଦାଳ ପଂଚାୟତର ସରପଂଚ ଅନୁପମା ଷଢ଼ଙ୍ଗୀ ଚାନେ୍ଦାଳ ହାଟକୁ ବୁଧବାର ଦିନ ଅନିର୍ଦ୍ଧିଷ୍ଟ କାଳଯାଏ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଜନସାଧାରରଙ୍କର ସୁବିଧା ପାଇଁ ଆସନ୍ତା ବୁଧବାର ଠାରୁ ସ୍ଥାନୀୟ ପଶୁଚିକିତ୍ସାଳୟ ନିକଟରେ ଏହି ହାଟ ଅନୁଷ୍ଠିତ ହେବ ବୋଲି ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି ।

ଡେରାବିଶ ବ୍ଳକର ସର୍ବ ବୃହତ୍ ଓ ପୁରାତନ ବ୍ୟବସାୟ ପେଣ୍ଠସ୍ଥଳୀ ଚାନେ୍ଦାଳ ଠାରେ ପ୍ରତି ସପ୍ତାହରେ ବୁଧବାର ଓ ଶନିବାର ସପ୍ତାହିକ ହାଟ ବସିଥାଏ । ଏହି ହାଟରେ ସ୍ଥାନୀୟ ଅଂଚଳର ବହୁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି କରିଥାନ୍ତି । ହେଲେ ହାଟରେ ପ୍ରବଳ ଜନସମାଗମ ହେବା କାରଣରୁ କୋଭିଡ଼୍୧୯ର ମୁଖ୍ୟ ସତର୍କତା ସାମାଜିକ ଦୂରତା ରକ୍ଷା କରାଯାଇପାରୁନଥିଲା । ସେଥିପାଇଁ ବ୍ଲକ ପ୍ରଶାସନ ଚାନେ୍ଦାଳରେ ହେଉଥିବା ସାପ୍ତାହିକ ହାଟ ବୁଧବାର ଓ ଶନିବାର ଦିନ ପଂଚୟତର ଚାନେ୍ଦାଳ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ, ଭଣଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟ ପଡ଼ିଆ ଏବଂ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ତିନୋଟି ହାଟ କରାଯାଉଥିଲାା ଏହାର କିଛି ସପ୍ତାହ ପରେ ଚାଷୀ ଓ ବ୍ୟବସାୟୀମାନେ ପ୍ରଶାସନର ନିୟମ ନମାନି ପୁନର୍ବାର ଚାନେ୍ଦାଳ ବଜାରରେ ହାଟ ଆରମ୍ଭ କରିଦେଲେ । ଏବେ କରୋନାର ପ୍ରଭାବ କ୍ରମେ ବଢ଼ିବା ଏବଂ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଉପୁଜାଇବା ଯୋଗୁ ପ୍ରଶାସନ ସାପ୍ତାହିକ ହାଟର ଶନିବାର ସଟଡାଉନ୍ ଯୋଗୁ ଆପେ ବନ୍ଦ ହୋଇଯାଉଥିବା ବେଳେ ବୁଧବାର ଦିନ ହାଟକୁ ସ୍ଥାନୀୟ ପଶୁ ଚିକିତ୍ସାଳୟ ନିକଟକୁ ଉଠାଇ ଦେଇଛନ୍ତି । ବୁଧବାର ଦିନ ଚାନେ୍ଦାଳ ବଜାର ସମେତ ହାଟରେ କେହି ପନିପରିବା ବିକ୍ରି କରିବେ ନାହିଁ ବୋଲି କଡ଼ା ନିଦେ୍ର୍ଦଶ ଦିଆଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ତେବେ ପୂର୍ବରୁ ପ୍ରଶାସନ ତରଫରୁ ଉପରୋକ୍ତ ତିନୋଟି ସ୍ଥାନରେ ଅସ୍ଥାୟୀ ହାଟ କରାଯାଉଥିବା ବେଳେ ସେଠାରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଦେଖାଯାଇଥିଲା । ତେଣୁ ଆସନ୍ତା ବୁଧବାର ଠାରୁ ଚାନେ୍ଦାଳ ପଶୁ ଚିକିତ୍ସାଳୟ ନିକଟରେ ହେବାକୁଥିବା ହାଟରେ ସାମାଜିକ ଦୂରତା ରକ୍ଷା କରିବାରେ ପ୍ରଶାସନ କଡ଼ା ପଦକ୍ଷେପ ନେବା ପାଇଁ ସଚେତନ ତଥା ବୁଦ୍ଧିଜୀବୀ ନାଗରିକ ମାନେ ଦାବି କରିଛନ୍ତି ।

Leave A Reply