Odisha news

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା : ଅଧାରୁ କାର୍ଯ୍ୟବନ୍ଦ କରି ଠିକାଦାର ଛୁ, ହିନସ୍ତାଭୋଗୁଚନ୍ତି ଅଂଚଳବାସୀ

0

ଡେରାବିଶ : ଡେରାବିଶ ବ୍ଳକ ବସପୁର ପଂଚାୟତ ଅନ୍ତର୍ଗତ ଲୁଣା ଓ କରାଣ୍ଡିଆ ଦ୍ୱିପାଂଚଳର ବିକାଶ ସବୁବେଳେ ଅଧାପନ୍ତରିଆ ହୋଇ ରହିଯାଇଛି । ଏହି ଅଂଚଳର ରାସ୍ତାଘାଟ ସଠିକ ଭାବରେ ନିର୍ମାଣ ନହୋଇ ସରକାରୀ ଅର୍ଥ ବାଟମାରଣା ହେଉଛି ବୋଲି ଅଂଚଳବାସୀଙ୍କ ତରଫରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ବସୁପୁର ପଂଚାୟତର ନାନକାର ଠାରୁ ଢ଼ିଅବସୁପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣଧିନ ରାସ୍ତାକାମକୁ ଠିକାଦାର ଅଧାରୁ ଛାଡ଼ି ଚାଲିଯିବା ଯୋଗୁ ଅଂଚଳବାସୀ ହିନସ୍ତା ଭୋଗୁଛନ୍ତି । ଏହି ରାସ୍ତାର ୬୦୦ମିଟର କାମରୁ ୩୦୦ମିଟର କାମ କରି ଠିକାଦାର ତା’ର ସମସ୍ତ ନିର୍ମାଣ ସାମଗ୍ରୀ ନେଇ କାର୍ଯ୍ୟସ୍ଥଳରୁ ଉଠାଇ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ।

ଉକ୍ତ ରାସ୍ତାଟି ଲୁଣା-କରାଣ୍ଡିଆ ଦ୍ୱୀପାଂଚଳର ଏକ ମୁଖ୍ୟ ଗମନାଗମନ ରାସ୍ତା । ଯହିଁରେ ବନ୍ୟା ସମୟରେ ରିଲିଫ୍ ଅପରେସନ୍ କରାଯିବା ସହିତ ନିରାପଦ ସ୍ଥାନକୁ ଆସିବା ପାଇଁ ଏହା ସହାୟକ ହୋଇଥାଏ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣଧିନ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ନଲଗାଇବା, ଠିକାଦାର ନିଜ ଇଚ୍ଛାରେ ନିର୍ମାଣ ସାମଗ୍ରୀ ବ୍ୟବହାର କରିବା ଏବଂ ନିଜ ଇଚ୍ଛାରେ ଅଧାରୁ କାର୍ଯ୍ୟ ବନ୍ଦ କରି ପଳାଇବା ଘଟଣା ଅଂଚଳବାସୀଙ୍କ ଅସନ୍ତୋଷ ବୃଦ୍ଧି କରିଛି । ଆସନ୍ତା ବନ୍ୟା ଋତୁ ପୂର୍ବରୁ କାର୍ଯ୍ୟ ଶେଷ ନହେଲେ ବାକି ରାସ୍ତା ନଷ୍ଟ ହୋଇଯିବା ସହିତ ଅଂଚଳବାସୀ ନାନାଦି ଦୁର୍ଦ୍ଦଶା ଭୋଗିବେ । ଏହି ରାସ୍ତାକୁ ତୁରନ୍ତ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave A Reply