ଡେରାବିଶ : କରୋନା ମହାମାରୀ ପାଇଁ ସରକାରଙ୍କ ତରଫରୁ ଲକ୍ଡାଉନ୍ ଓ ସଟ୍ଡାଉନ୍ର ସତର୍କତା ଯୋଗୁ ମୁକୁନ୍ଦପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଚାଲୁଥିବା ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ସାମୟିକ ଭାବେ ରହିଥିଲା । କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ର ସଚିବ ମଳୟ କୁମାର ପ୍ରଧାନ ଜୁଲାଇ ମାସ ଠାରୁ ପ୍ରତି ସୋମବାର ଦିନ ଆଇନ ସହାୟତା ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
ଗ୍ରାମାଂଚଳରେ ଗରିବ ଲୋକମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ଆଇନ ପ୍ରାଧିକରଣ ଦ୍ୱାରା ଗଠିତ ପଂଚାୟତ ସ୍ତରୀୟ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ୨୦୧୩ ମସିହା ଠାରୁ ପ୍ରତି ରବିବାର ଡେରାବିଶ ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ କାର୍ଯ୍ୟାଳୟରେ ଚାଲି ଆସୁଥିଲା । କରୋନା ଯୋଗୁ ଗତ ମାର୍ଚ୍ଚ ମାସଠାରୁ ଜୁନ୍ ମାସ ଯାଏ ଏହାକୁ କରୋନାସତର୍କତା ପାଇଁ ବନ୍ଦ କରିଦିଆଯାଇଥିଲା ।
ତେବେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ଉପରେ ଗୁରୁତ୍ୱ ଦେଇ ଏହି ଆଇନ ସେବା ପୁନର୍ବାର ଯୋଗାଇ ଦେବା ପାଇଁ ଜିଲ୍ଲା ଆଇନ ପ୍ରାଧିକରଣ ସଚିବଙ୍କ ନିଦେ୍ର୍ଦଶ ମତେ ଏହି କେନ୍ଦ୍ରର ପାରାଲିଗାଲ୍ ସ୍ୱେଚ୍ଛାସେବୀ ଦୁର୍ଯେ୍ୟାଧନ ଜେନା ଚଳିତ ମାସ ୬ ତାରିଖ ସୋମବାର ଠାରୁ ଆରମ୍ଭ କରିଛନ୍ତି । ଏହି ସହାୟତା କେନ୍ଦ୍ର ଆରମ୍ଭ ଦିବସରେ ସ୍ଥାନୀୟ ସରପଂଚ ଯୋଗାନନ୍ଦ ମହାନ୍ତି, କର୍ମଚାରୀ ସୁରେନ୍ଦ୍ର ପଲାଇ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସରକାରଙ୍କର ଅନ୍ୟାଦେଶ ଯାଏ ଏହି କେନ୍ଦ୍ର ପ୍ରତି ସପ୍ତାହର ସୋମବାର ଦିନ ମୁକୁନ୍ଦପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଇନସେବା ଯୋଗାଇ ଦେବ ବୋଲି ସ୍ୱେଚ୍ଛାସେବୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
